ଶ୍ରୀ ଚୈତନ୍ୟ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ପାଳିତ
ବସ୍ତା୨/ରାସଗୋବିନ୍ଦପୁର: ବିଦ୍ୟାଳୟରୁ ଆମେ ପାଇଛୁ ବେଶୀ। ଦେଇଛୁ କମ। ବସ୍ତା ଏବଂ ରାସଗୋବିନ୍ଦପୁର ବ୍ଲକ୍ ସୀମାନ୍ତ ବର୍ତ୍ତି ପାଇକାସାହୀ ଶ୍ରୀ ଚୈତନ୍ୟ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଶନିବାର ଏହା ପ୍ରକାଶ କରିଥିଲେ।
ଏହି ଖବର ପଢ଼ନ୍ତୁ: ଶିକ୍ଷକଙ୍କୁ ମାତୃତ୍ବ ଅବକାଶ ଛୁଟି ନେବା ମହଙ୍ଗା ପଡ଼ିଲା
ମୁଁ ସରକାରୀ ବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ର ଥିଲି। ପ୍ରାଥମିକ ଶିକ୍ଷାରୁ ଏମ୍ଏ ପାସ୍ ପର୍ଯ୍ୟନ୍ତ ମାତ୍ର ଦୁଇଶହ ବାସ୍ତରି ଟଙ୍କା ଖର୍ଚ୍ଚ ହୋଇଥିଲା। ଏଥିରେ ସ୍କଲାରସିପ ଓ ଅନ୍ୟାନ୍ୟ ସରକାରୀ ସୁବିଧା ମିଶାଇଲେ ମୁଁ ବିଦ୍ୟାଳୟରୁ ପାଇଛି ବେଶୀ ମାତ୍ର ଦେଇଛି କାମ। ସେହିଭଳି ଆମେ ଆମର ଜନ୍ମଦାତ୍ରୀ ମା ଏବଂ ମାଟି ମା’ଙ୍କୁ ଭୁଲିବା ଉଚିତ ନୁହେଁ। ଜଣେ ମା’ ଦୁଃଖ କଷ୍ଟ ଯନ୍ତ୍ରଣା ସହ୍ୟକରି ଆମକୁ ଏଇ ଧରାକୁ ଆଣିଥିବା ବେଳେ ମାଟି ମା’ ଆମକୁ ନିଜ ହୃଦୟର କ୍ଷୀର ସଦୃଶ ଖାଦ୍ୟ ଶସ୍ୟ ଯୋଗାଇଉଛି, ଯାହାକୁ ଖାଇ ମାନବ ଜାତି ବଞ୍ଚି ରହିଛି।
ଏହି ଖବର ପଢ଼ନ୍ତୁ: ଭୁବନେଶ୍ବରରେ ସିରିଜ ଦୁର୍ଘଟଣା: ଏକାଧିକ ବ୍ୟକ୍ତି ଆହତ, ଚାପା ଉତ୍ତେଜନା ଜାରି
ଆମେ ଆମର ଜନ୍ମଦାତ୍ରୀ ମା ଏବଂ ମାଟି ମା’ଙ୍କୁ ଭୁଲିବା ଉଚିତ ନୁହେଁ। ଜଣେ ମା’ ଦୁଃଖ କଷ୍ଟ ଯନ୍ତ୍ରଣା ସହ୍ୟକରି ଆମକୁ ଏଇ ଧରାକୁ ଆଣିଥିବା ବେଳେ ମାଟି ମା’ ଆମକୁ ନିଜ ହୃଦୟର କ୍ଷୀର ସଦୃଶ ଖାଦ୍ୟ ଶସ୍ୟ ଯୋଗାଇଉଛି।
-ସୌମ୍ୟରଂଜନ ପଟ୍ଟନାୟକ, ଅଧ୍ୟକ୍ଷ, ସମ୍ବାଦ ଗ୍ରୁପ୍
ଏହି ଖବର ପଢ଼ନ୍ତୁ: ଧାନ ବ୍ୟତୀତ ଅନ୍ୟ ଫସଲ କ୍ଷତି ପାଇଁ ମଧ୍ୟ କ୍ଷତିପୂରଣ ଦିଆଯିବ: ମୁଖ୍ୟମନ୍ତ୍ରୀ
ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ କମିଟି ସଭାପତି ମହାଦେବ ଦାସ ଏହି ସଭାରେ ସଭାପତିତ୍ବ କରିଥିବାବେଳେ ମୁଖ୍ୟବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ତଥା ଜଳେଶ୍ଵର ବିଧାୟକ ଅଶ୍ଵନି କୁମାର୍ ପାତ୍ର, ପୂର୍ବତନ ମୋରଡ଼ା ବିଧାୟକ ରାଜକିଶୋର ଦାସ ଏବଂ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସଂଗୀତା ବେହେରା ଉପସ୍ଥିତ ରହି ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କୃତି ଶିକ୍ଷକଙ୍କୁ ମାନପତ୍ର ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ସମ୍ମାନିତ କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ଖବର ପଢ଼ନ୍ତୁ: ଆମେରିକା ଉପରେ ଚୀନର ସାଇବର ଆକ୍ରମଣ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/28/gXIjy5Lc9IG94AdMm5yc.jpg)