ବସ୍ତା୨: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅର୍ନ୍ତଗତ ଅମର୍ଦ୍ଦାରୋଡ ଫାଣ୍ଡି ଅଧୀନସ୍ଥ ଖଣ୍ଡପସା ଗ୍ରାମରେ ବେକରେ ଦଉଡ଼ି ଦେଇ ମହିଳା ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ମହିଳ ଜଣକ ସେହି ଗ୍ରାମର ଶମ୍ଭୁନାଥ ସାହୁଙ୍କ ସ୍ତ୍ରୀ ଦେବୀ ସାହୁ(୨୯)। ଶ୍ରୀମତୀ ସାହୁଙ୍କର ଦଶ ବର୍ଷର ଏକ ପୁଅ ଥିବାବେଳେ ଭଗିରଥପୁର ଗ୍ରାମର ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଗଢିଉଠିଥିଲା। ପରେ ସଂପୃକ୍ତ ଯୁବକଙ୍କ ସହିତ ଦେବୀ କିଛି ଦିନ ପୂର୍ବରୁ ଚେନ୍ନାଇ ପଳାଇ ସେଠାରେ ରହୁଥିଲେ। ଗତ ତିନି ଦିନ ତଳେ ଦେବୀଙ୍କୁ ତାଙ୍କର ସ୍ଵାମୀ ଶମ୍ଭୁନାଥ ଚେନ୍ନାଇରୁ ଘରକୁ ଫେରାଇ ଆଣିଥିଲେ।

Advertisment

ଆଜି ସକାଳ ସମୟରେ ଶମ୍ଭୁନାଥ ଘରୁ ଅମର୍ଦ୍ଦା ଆସିଥିବା ବେଳେ ଦେବୀ ଘରର କବାଟ ବନ୍ଦକରି ଦେଇଥିଲେ। ପରେ ଫ୍ୟାନରେ ଶାଢ଼ି ଗୁଡ଼ାଇ ଦେବୀ ଝୁଲି ପଡ଼ିଥିବା ପାଖ ଘରଲୋକେ ଦେଖି ଶମ୍ଭୁନାଥଙ୍କୁ ଖବର ଦେଇଥିଲେ। ଶମ୍ଭୁନାଥ ଘଟଣାସ୍ଥଳରେ ପହଞ୍ଚି ଏସମ୍ପର୍କରେ ଅମର୍ଦ୍ଦାରୋଡ ଫାଣ୍ଡିକୁ ଜଣାଇଥିଲେ। ଫାଣ୍ଡି ଅଧିକାରୀ ସନ୍ଦୀପ କୁମାର୍ କୁଜୁର୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି।