ନୀଳଗିରି: ଭାଲୁ ଆକ୍ରମଣରେ ମହିଳା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ରେଞ୍ଜ ଅନ୍ତର୍ଗତ ଧୂବିଶିଳା ଗ୍ରାମରେ ଜଙ୍ଗଲି ଭାଲୁ ଆକ୍ରମଣରେ ଶନିବାର ଜଣେ ମହିଳା ଗୁରତର ହୋଇଛନ୍ତି। ଭାଗରିଥୀ ବେଚଙ୍କ ପତ୍ନୀ ଜ୍ୟୋତ୍ସାରାଣୀ (୩୫) ଧାନ ଖଳା ପାଇଁ ଲିପୁଥିବା ବେଳେ ସ୍ୱର୍ଣ୍ଣଚୂଡ଼ ସଂରକ୍ଷିତ ଜଙ୍ଗଲରୁ ଏକ ଜଙ୍ଗଲି ଭାଲୁ ଆକ୍ରମଣ କରିଥିଲା। ଆକ୍ରମଣର ଶିକାର ହୋଇଥିବା ମହିଳା ଜଣକ ଜୋରରେ ଚିତ୍କାର କରିବାରୁ ଗାଁଲୋକେ ଏକାଠି ହୋଇ ଯାଇଥିଲେ। ପରେ ଭାଲୁଟି ଜଙ୍ଗଲକୁ ଫେରିଯାଇଥିଲା।

ଜ୍ୟୋତ୍ସାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମହିଳାଙ୍କୁ ଆକ୍ରମଣ ସମ୍ପର୍କରେ ବନ ବିଭାଗର କର୍ମଚାରୀଙ୍କୁ ସୂଚନା ଦିଆଯାଇଥିଲେ ମଧ୍ୟ କେହି ଆସି ନଥିଲେ।

ସମ୍ବନ୍ଧିତ ଖବର