ଖଇରା: ପୁଣି ଜଣେ ମହିଳାଙ୍କୁ ନିର୍ଯାତନା ଓ ହତ୍ୟା ଅଭିଯୋଗ ସାମ୍ନାକୁ ଆସିଛି। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନସ୍ଥ କୁପାରୀ ପଂଚାୟତ ହାତୀମୁଣ୍ଡା କବର ଗ୍ରାମର ପ୍ରଫୁଲ୍ଲ ରାଉତ ଦୀର୍ଘ ୨୩ ବର୍ଷ ତଳେ ଶାଳଗଢିଆ ଗ୍ରାମର କୁନି ରାଉତଙ୍କୁ ବିବାହ କରିଥିଲେ l ବିବାହର କିଛି ବର୍ଷ ଠିକଠାକ ଚାଲିବା ପରେ ଗତ ଦୁଇ ବର୍ଷ ତଳେ ପ୍ରଫୁଲ୍ଲ କୌଣସି କାରଣକୁ ନେଇ ଆତ୍ମହତ୍ୟା କରିଥିଲେ l ତା ପରେ କୁନିଙ୍କ ଉପରେ ଶଶୁର, ଶାଶୂ ଓ ଦିଅର ଶାରୀରିକ ଓ ମାନଶିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ।
ପ୍ରତିଦିନ ଶଶୁର ଘର ଲୋକ ମାରପିଟ କରୁଥିବା ନେଇ କୁନି ତାଙ୍କ ପରିବାର ନିକଟରେ ଜଣାଇଥିଲେl ଗତକାଲି ରାତିରେ ଶଶୁର କୈଳାଶ ରାଉତ, ଦିଅର ଗୋପାଳ ଚନ୍ଦ୍ର ରାଉତ ଓ ଶାଶୂ ମିଶିକରି ପୋଡି ମାରିଦେଇଥିବା ନେଇ କୁନିର ପରିବାର ଲୋକ ଖଇରା ଥାନାରେ ଅଭିଯୋଗ କରିଛନ୍ତି l ଅଭିଯୋଗ ପରେ ଏସ୍ଡ଼ିପିଓ ପ୍ରମୋଦ ମଲ୍ଲିକ ଓ ଖଇରା ଆଇଆଇସି ଶୁଚିନ୍ଦ୍ର କୁମାର ମହାଳିକ, ବାଲେଶ୍ୱର ସାଇଣ୍ଟିପିକ ଟିମ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ସମ୍ପୃକ୍ତ ଘଟଣାକୁ ନେଇ ପୁଲିସ କୁନିର ଶଶୁର, ଶାଶୂ ଓ ଦିଅରଙ୍କୁ ଅଟକ ରଖିଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/29/6861c552-a493-49cc-acdb-b44184748df7-2025-07-29-19-08-42.jpg)