ଭୋଗରାଇ: ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଶ୍ରଦ୍ଧାପୁର ପଞ୍ଚାୟତରେ ଜଣେ ଯୁବକ ସକାଳେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ବରଣ କରିଛନ୍ତି। ମୃତକ ହେଲେ ଶ୍ରଦ୍ଧାପୁର ଗ୍ରାମର ବରେନ୍ଦ୍ର ମହାନ୍ତିଙ୍କ ପୁଅ ଧନଞ୍ଜୟ ମହାନ୍ତି (ଝାମ୍ପା)। ତାଙ୍କର ବୟସ (୪୫)। ସେ ଜଣେ ଡ଼ାକବାଜି ଓ ଜେନେରେଟର ବ୍ୟବସାୟୀ।
ରାଜୀବଗାନ୍ଧୀ ସେବାକେନ୍ଦ୍ର ନିକଟରେ ଥିବା ବାବାଜୀ ମହାନ୍ତିଙ୍କ ମୁଢ଼ି ଭଜା ମେସିନକୁ ଇଲେକ୍ଟ୍ରି ଆସୁନଥିଲା। ସେଥିପାଇଁ ସେ ଧନଞ୍ଜୟଙ୍କୁ ଡକାଇ ଥିଲେ। ସେଠାରେ ଥିବା ଖୁଣ୍ଟରେ ବିଦ୍ୟୁତ୍ ତାର ଖସିଯାଇଥିବା ଦେଖି ଧନଞ୍ଜୟ ତା'ର ସଂଯୋଗ କରୁଥିବା ଅବସ୍ଥାରେ ଖୁଣ୍ଟରୁ ତଳକୁ ପଡ଼ିଯାଇ ଅଚେତ ହୋଇପଡ଼ିଥିଲେ ଓ ତାଙ୍କର ମୁଣ୍ଡରେ ଆଘାତ ଲାଗି ଫାଟି ଯାଇଥିଲା। ସେଠାରେ ସ୍ଥାନୀୟ ଲୋକମାନେ ପହଞ୍ଚି ଶ୍ରଦ୍ଧାପୁର ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ଜଳେଶ୍ବର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଯିବାକୁ କହିଥିଲେ। ପରିବାର ଲୋକ ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ସେଠାରେ ଡାକ୍ତର ତାଙ୍କୁ ସେଠାେରେ ମୃତ ବୋଲି ଘୋଷଣା କରିବା ସହିତ ଶବବ୍ୟବଚ୍ଛେଦ କରାଯାଇଛି ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/ad61e5f1-5956-48ee-8cd3-f5839052b7f4.jpeg)