ଖଇରା: ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଧୀନ ଜଳଦା ଗାଁର ସହଦେଵ ଦାସଙ୍କ ୧୯ବର୍ଷିୟ ପୁଅ ଦେବାଶିଷ ଦାସ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଦେବାଶିଷ ଗତକାଲି ତାଙ୍କ ମାଙ୍କ ସହିତ ମହୁଲଗଢ଼ିଆ ସ୍ଥିତ ମାମୁଁ ଘରକୁ ବୁଲିବାକୁ ଯାଇଥିଲା। ରାତିରେ ମାମୁଁଙ୍କ ଘରେ ଖାଇସାରିବା ପରେ ଯାତ୍ରା ଦେଖିବାକୁ କହି ବାହାରକୁ ଯାଇଥିଲେ।

Advertisment

publive-image

ହେଲେ ଦେବାଶିଷ ଯାତ୍ରା ନଦେଖି ରାତିରେ ଜଳଦା ସ୍ଥିତ ନିଜ ଘରକୁ ଆସି ଘରେ ଭିତରପଟୁ କବାଟ ଦେଇ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ନେଇ ଆଜି ସକାଳୁ ଅଞ୍ଚଳବାସୀ ଦେଖିବାକୁ ପାଇଥିଲେ। ପରେ ଖଇରା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଠ ରହିଛି।