ସୋର: ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡା ଛକ ନିକଟରେ ଆଜି ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ି ପାଣିରେ ପଡି ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ପଶ୍ଚିମବଙ୍ଗ ରାଜ୍ୟ ଦାର୍ଜିଲିଂ ଜିଲ୍ଲା ତରବନ୍ଧ ଅଞ୍ଚଳର ପ୍ରିୟତମ ରୟ।
ଆଜି ପୂର୍ବାହ୍ନରେ ପଶ୍ଚିମବଙ୍ଗ ରାଜ୍ୟ ଦାର୍ଜିଲିଂ ଜିଲ୍ଲା ତରବନ୍ଧ ଅଞ୍ଚଳର ପ୍ରିୟତମ ରୟ ବାଇକ ଯୋଗେ ସୋର ଆସୁଥିବା ବେଳେ ଏହି ଛକ ନିକଟରେ ଭାରସାମ୍ୟ ହରାଇ ବାଇକ ସହ ପୋଲ ତଳକୁ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ତାଙ୍କୁ ପାଣିରୁ ଉଦ୍ଧାର କରି ଜାତୀୟ ରାଜପଥ ଆମ୍ବୁଲାନ୍ସରେ ସୋର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ମେଡ଼ିକାଲରେ ପହଞ୍ଚି ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କରିଥିବା ଜଣାପଡ଼ିଛି।