ବାଲେଶ୍ୱର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଗୁଳିମାଡ଼

ବାଲେଶ୍ୱର: ସହଦେବଖୁଣ୍ଟା ଥାନା ଅଂଚଳରେ ବୁଧବାର ସନ୍ଧ୍ୟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ କଣ୍ଟାବଣିଆ ଗାଁରେ ଏହି ଗୁଳିକାଣ୍ଡ ହୋଇଛି। ଯୁବକଙ୍କୁ ଜିଲ୍ଲା ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ପୁଲିସ ହସ୍ପିଟାଲରେ ପହଂଚି ଆହତ ଯୁବକଙ୍କୁ ପଚରାଉଚରା କରୁଛି।

ଗୋପାଳ ଦାସଙ୍କ ପୁଅ ସୁରଜ ଆଜି ସନ୍ଧ୍ୟାରେ ଗାଁରୁ ବାଲେଶ୍ୱରକୁ ବାଇକ୍‌ରେ ଆସୁଥିବା ବେଳେ ପଛପଟରୁ ୨ଟି ବାଇକରେ ୪ ଜଣ ଯୁବକ ଅନୁସରଣ କରିଥିଲେ। ସେମାନେ ସୁରଜଙ୍କୁ ଗୁଳି କରିଥିଲେ। ସୁରଜ ପିଠିରେ ଗୁଳି ବାଜିଥିଲେ ମଧ୍ୟ କୌଣସି ପ୍ରକାରରେ ହସ୍ପିଟାଲରେ ପହଂଚି ଯାଇଥିଲେ।

ସମ୍ବନ୍ଧିତ ଖବର