ବାଲେଶ୍ବର: ପ୍ରତ୍ୟେକ ଘରେ ରକ୍ତଦାତାର ବାର୍ତ୍ତା ନେଇ ଭାରତ ଭ୍ରମଣ ପାଇଁ ସାଇକେଲ୍‌ରେ ବାହାରିଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ର ଯୁବକ ଜୟଦେବ ରାଉତ। ଆଜି ବାଲେଶ୍ବର ପହଞ୍ଚିବା ପରେ ଜିଲ୍ଲା ରକ୍ତଦାତା ସଂଘ ପକ୍ଷରୁ ରାଜେଶ ଗିରି ଶ୍ରୀ ରାଉତଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ସେହିପରି ଜିଲ୍ଲା ମୁଖ୍ୟ ହସପିଟାଲ୍‌ରେ ଥିବା ଓଡ଼ିଶା ରକ୍ତକେନ୍ଦ୍ରରେ ରକ୍ତଭଣ୍ଡାର ଅଧିକାରୀ ଡା. ବସନ୍ତ କୁମାର ଉପାଧ୍ୟାୟ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବାଲେଶ୍ୱର ରକ୍ତଦାତା ସଂଘ ଓ ରୋଟାରୀ କ୍ଲବ୍‌ ଶାଶ୍ୱତ ପକ୍ଷରୁ ଇଂ. ଡ. ହୃଷିକେଶ ସାହୁ, ରାଜେଶ କୁମାର ଗିରି, ଇଂ. କୁମାର କାର୍ତ୍ତିକ, ସନ୍ତୋଷ କୁମାର ପଣ୍ଡା, ଶ୍ରୀନାଥ କୁମାର ଦାଶ, ରବି କୁମାର ପାଣିଗ୍ରାହୀ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ତାଙ୍କର ସଫଳ ଯାତ୍ରା କାମନା କରିଥିଲେ।

Advertisment

publive-image

ସୂଚନା ଥାଉକି ଶ୍ରୀ ରାଉତ ୨୦୨୨ ମସିହା ଅକ୍ଟୋବର ୧ ତାରିଖରୁ ସାଇକେଲ୍‌ ଯୋଗେ ବାହାରି ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ ସହ ସମଗ୍ର ଉତ୍ତର ଭାରତରେ ରକ୍ତଦାନର ମହତ୍ୱ ସମ୍ପର୍କରେ ବାର୍ତ୍ତା ପ୍ରଚାର ପରେ ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର ସମେତ ଦକ୍ଷିଣ ଭାରତରେ ବାର୍ତ୍ତା ପ୍ରଚାର କରିଥିଲେ ଏବଂ କନ୍ୟାକୁମାରୀଠାରେ ଅଭିଯାନ ଶେଷ କରି ଓଡ଼ିଶା ଫେରିଛନ୍ତି। ସମଗ୍ର ଦେଶରେ ରକ୍ତ ଅଭାବରେ କୌଣସି ବ୍ୟକ୍ତି ମୃତ୍ୟୁବରଣ କରିବେ ନାହିଁ। ଏଥିପାଇଁ ଦେଶର ଯୁବବର୍ଗଙ୍କୁ ପ୍ରୋତ୍ସାହିତ କରିବା ତାଙ୍କ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ରାଉତ କହିଛନ୍ତି।