ଶୌଚ ପାଇଁ ଯିବାବେଳେ ମାଡ଼ିବସିଲା ଭାଲୁ, ଯୁବତୀ ଗୁରୁତର

ନୀଳଗିରି: ବାଲେଶ୍ବର ଜିଲ୍ଲାର ନୀଳଗିରିରେ ଏକ ଅଭାବନୀୟ ଘଟଣା ଘଟିଛି। ନୀଳଗିରି ଏନଏସି ଯାଉଁରି ଗାଁରେ ଶୌଚ ପାଇଁ ଯିବାବେଳେ ଜଣେ ଯୁବତୀଙ୍କୁ ଭାଲୁ ମାଡ଼ି ବସିଥିଲା।

ସୂଚନା ଅନୁଯାୟୀ,  ଯାଉଁରି ଗାଁର ପାର୍ବତୀ ସିଂ ନାମକ ଯୁବତୀ ଆଜି ସକାଳେ ନିଜ ଘର ବାଡ଼ିକୁ ଶୌଚ ପାଇଁ ଯାଇଥିଲେ। ପଛ ପଟୁ ଏକ ଭାଲୁ ତାଙ୍କୁ ମାଡ଼ି ବସିବାରୁ ପାର୍ବତୀଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଛି। ପାର୍ବତୀଙ୍କ ଚିତ୍କାର ଶୁଣି ପରିବାର ଲୋକେ ଭାଲୁକୁ ଘଉଡ଼ାଇବା ସହିତ ସଙ୍ଗେସଙ୍ଗେ ୧୦୮ ଯୋଗେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ହେବା ପରେ ପାର୍ବତୀଙ୍କ ସ୍ଥିତି ଭଲ ଥିବା ଜଣାପଡ଼ିଛି। କୂଳଡିହା ଜଙ୍ଗଲରେ ନିଆଁ ଲାଗିଥିବା କାରଣରୁ ଭାଲୁମାନେ ଏବେ ଗାଁମୁହାଁ ହୋଇଛନ୍ତି ବୋଲି ଗ୍ରାମବାସୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର