ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଖଇରା: ବାଲେଶ୍ବର ଜିଲ୍ଲାର ଖଇରା ଥାନା ଅନ୍ତର୍ଗତ ସମ୍ପେଇ ଗ୍ରାମର ଜଣେ ଯୁବକ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଉକ୍ତ ଯୁବକଙ୍କ ନାମ ଜଳଧର ମାହନା ବୋଲି ଜଣାଯାଇଛି।
ଘଟଣାରୁ ପ୍ରକାଶ ଗତ ରାତିରେ ଜଳଧର ତାଙ୍କର ନିର୍ମାଣାଧୀନ କୋଠା ଘରେ ବେକରେ ରଶି ଲଗାଇ ଦେଇଥିଲେ। ପରିବାର ଲୋକେ ଖୋଜାଖୋଜି କରି ଆଜି ସକାଳେ ଜଳଧର ବେକରେ ରଶି ଲଗାଇଥିବା ଦେଖିବାକୁ ପାଇଥିଲେ। ଘରଲୋକେ ଏ ନେଇ ଖଇରା ଥାନାକୁ ଖବର ଦେଇଥିଲେ। ଖବର ପାଇ ଖଇରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଘରୋଇ କଳିକୁ ନେଇ ଜଳଧର ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି।

 

ସମ୍ବନ୍ଧିତ ଖବର