କୁରାଢ଼ିରେ ହାଣି ବୀଭତ୍ସ ହତ୍ୟା

ବାହାନଗା/ଗୋପାଳପୁର/ଅଞ୍ଜି : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ବରୁଣସିଂ ପଂଚାୟତର ମାଳଗାଁରେ ଶନିବାର ରାତିରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଏହି ଗ୍ରାମର ପୂର୍ବତନ ସରପଞ୍ଚ ଅନନ୍ତ ଦାସପ୍ରଧାନଙ୍କ ସାନ ପୁଅ ଜୟଦେବଙ୍କୁ କେହି ଦୁର୍ବୃତ୍ତ କୁରାଢ଼ିରେ ହାଣି ହତ୍ୟା କରିଛି। ଏ ନେଇ ସେରଗଡ଼ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲେ ମଧ୍ୟ ହତ୍ୟାର କାରଣ ବା ହତ୍ୟାକାରୀ କିଏ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ପୁଲିସ ସୂଚନାନୁସାରେ ଶନିବାର ରାତିରେ ଅନନ୍ତ ଦାସପ୍ରଧାନଙ୍କ ପୁଅ ଜୟଦେବ (୪୨)ଙ୍କ ପରିବାର ଘରେ ଖାଇ ଶୋଇଥିଲେ। ବିଳମ୍ବିତ ରାତିରେ ଜୟଦେବଙ୍କ ୧୨ ବର୍ଷର ପୁଅ କ୍ରିଷ୍ଣା ଚିତ୍କାର କରିବାରୁ ଅନ୍ୟ ଘରେ ଶୋଇଥିବା ସ୍ତ୍ରୀ ତିଳୋତ୍ତମା ଓରଫ ମାଣିକ (୩୫) ସେଠାରେ ପହଞ୍ଚିଥିଲେ । ଜୟଦେବ ବିଛଣାରେ ରକ୍ତାକ୍ତ ଅବସ୍ଥାରେ ସଂଜ୍ଞାହୀନ ହୋଇ ପଡ଼ିଥିବା ଦେଖି ତିଳୋତ୍ତମା ପଡ଼ିଶାଙ୍କୁ ଡାକ ପକାଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର