ଭଦ୍ରକ: ସୋମବାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଞ୍ଜୁରୀରୋଡ଼ସ୍ଥିତ ଆର ଆଇ ଅଫିସ ଭିତରେ ପଶି ବାଲି ମାଫିଆ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ଏହି ଆକ୍ରମଣରେ ଅତିରିକ୍ତ ତହସିଲଦାର ଓ ଆରଆଇ ଗୁରୁତର ହେବାସହ ତିନିଜଣ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ଗୁରୁତର ଆହତ ହୋଇଥିବା ଅତିରିକ୍ତ ତହସିଲଦାରଙ୍କ ନାମ ଶରତ ସ୍ୱାଇଁ, ଆରଆଇ ରାମନାରାୟଣ ସାମଲ ଓ କର୍ମଚାରୀ ପ୍ରଦୀପ କୁମାର ଜେନା ବୋଲି ଜଣାପଡ଼ିଛି।

Advertisment

ବାଲିମାଫିଆ ଆରଆଇ ଅଫିସ ଭିତରେ ପଶି ଏଭଳି ଆକ୍ରମଣ କରିଥିବା ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।