ପାରମ୍ପରିକ ବଂଶୀବାଦକ ବଲ୍ଲଭାନନ୍ଦ ବିଶ୍ବାଳଙ୍କ ୮୫ ବର୍ଷ ବୟସରେ ପରଲୋକ

ଭୁବନେଶ୍ବର: ଓଡ଼ିଶାର ପାରମ୍ପରିକ ବଂଶୀବାଦକ, ମୂର୍ତ୍ତିକାର, ତଥା ମଞ୍ଚ ଅଭିନେତା ବଲ୍ଲଭାନନ୍ଦ ବିଶ୍ବାଳଙ୍କର ୮୫ ବର୍ଷ ବୟସରେ ପରଲୋକ ଘଟିଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ୧୯୩୯ ମସିହା ମାର୍ଚ୍ଚ ମାସ ୩ ତାରିଖରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲା ପଞ୍ଚୁଟିକ୍ରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ନିଜର କଳା ସାଧନା ପାଇଁ ସମଗ୍ର ଅଞ୍ଚଳରେ ଖୁବ୍ ଜଣାଶୁଣା ଥିଲେ।

ମୃତ୍ୟୁ ବେଳକୁ ପତ୍ନୀ ସାବିତ୍ରୀ ବିଶ୍ବାଳ, ଏକମାତ୍ର ପୁତ୍ର ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଅଭିନେତା ଚିନ୍ତାମଣୀ ବିଶ୍ବାଳ, ପୁତ୍ରବଧୂ କଳ୍ପଶ୍ରୀ ଜଗଦେବ ଓ ନାତିନାତୁଣୀ ଉପସ୍ଥିତ ରହିଥିଲେ। ତାଙ୍କ ପରଲୋକର ଖବର ପାଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର