ଆନନ୍ଦପୁର: ଅନ୍ଧବିଶ୍ବାସ କେନ୍ଦ୍ରକରି ଗତ ଛଅବର୍ଷ ତ‌ଳେ ଗ୍ରାମରୁ ବାସନ୍ଦ ହୋଇଥିବା ଯୁବକ ଆଜି ନିଜ ଘରକୁ ଫେରିଛନ୍ତି। ଘସିପୁରା ଥାନାରେ ଏନେଇ ଗ୍ରାମବାସୀଙ୍କ ବୈଠକପରେ ଗ୍ରାମର ଦୁଇଜଣ ଆଜି ଗାଁକୁ ଫେରିଥିବା ନେଇ ପୁଲିସ୍ ସୂତ୍ରରୁ ଜଣାପଡିଛି। ଅନ୍ଧବିଶ୍ବାସକୁ କେନ୍ଦ୍ରକରି ଆନନ୍ଦପୁର ବ୍ଲକ କୋଳିମାଟଇ ପଞ୍ଚାୟତ ଟିକିରା ଗ୍ରାମର ଠାକୁର ଟୁଡୁ ଗତ ତିନିମାସ ହେଲା ଗାଁରୁ ବାସନ୍ଦ ହୋଇଥିଲେ। ଏନେଇ ପରିବାର ଲୋକମାନେ ପୁଲିସକୁ ଜଣାଇଥିଲେ। ଆଜି ଗ୍ରାମବାସୀଙ୍କ ଉପସ୍ଥିତିରେ ଥାନା ଅଧିକାରୀ ବିକ୍ରମ କୁମାର ଭୂୟାଁଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

Advertisment

ଏହି ସମୟରେ ଗ୍ରାମର ଆଉଜଣେ ଯୁବକ ଚୈତନ୍ୟ ମୁର୍ମୁ ଗତ ୬ବର୍ଷ ହେଲା ଗ୍ରାମରୁ ବାସନ୍ଦ ହୋଇ ବାହାରେ ରହୁଥିବା ନେଇ ଜଣାପଡ଼ିଥିଲା। ଥାନା ଅଧିକାରୀଙ୍କ ପରାମର୍ଶପରେ ଉଭୟ ଯୁବକ ଆଜି ଗ୍ରାମକୁ ଫେରିଛନ୍ତି। ଏନେଇ ଗ୍ରାମବାସୀଙ୍କ ସହିତ ଏକ ଚୁକ୍ତିନାମା ହୋଇଛି।