କମ୍ପାନି ବସ୍ ଧକ୍କାରେ କଦଳୀ ବେପାରୀ ମୃତ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୫୫ନଂ ଜାତୀୟ ରାଜପଥର ଯାତ୍ରା ପଡ଼ିଆ ଠାରେ ଭୋର୍ ୫ଟା ସମୟରେ ସାପ୍ତାହିକ ହାଟକୁ ଯାଇଥିବା ଜଣେ କଦଳୀ ବେପାରୀଙ୍କ ଉପରେ ଏକ କମ୍ପାନି ବସ୍ ମାଡିଯିବାରୁ କଦଳୀ ବେପାରୀଙ୍କ ମୃତ୍ୟୁ ହୋଇଥିବା ମୃତଙ୍କ ପୁଅ ଥାନାରେ ଅଭିଯୋଗ କରିଛନ୍ତି। ପ୍ରତକ୍ଷ୍ୟଦର୍ଶୀଙ୍କ ସୂଚନା କହିବା ଅନୁଯାୟୀ କଦଳୀ ବେପାରୀ ଭାଗବତପୁରୁ ଗ୍ରାମର ନରେନ୍ଦ୍ର ପରିଡା ଭୋର ୫.୩୦ ସମୟରେ ଏକ ସାଇକେଲରେ ହାଟଆଡ଼କୁ ଯାଉଥିଲେ ଏହି ସମୟରେ ଟାଟା ବି ଏସ୍ ଏଲ୍ ରେ ଲାଗିଥିବା କମ୍ପାନି କର୍ମଚାରୀଙ୍କୁ ନେବାଆଣିବା କରୁଥିବା ଏକ ବସ୍ ପଛରୁ ଦ୍ରୁତ ଗତିରେ ଆସି ଧକ୍କା ଦେବା ସହ ମଡେଇ ଦେଇ ଅନୁଗୋଳ ଆଡକୁ ଚାଲିଯାଇଥିଲା। ଗୁରୁତର ଶ୍ରୀ ପରିଡ଼ାଙ୍କୁ ସ୍ଥାନୀୟ ବାସିନ୍ଦା ୧୦୮ ଆମ୍ବୁଲାନ୍ସ ଡାକି ଅନୁଗୁଳ ସରକାରୀ ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥାକରିଥିଲେ। ତେବେ କିଛି ବାଟ ଗଲା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ତଦନ୍ତକାରୀ ଅଧୀକାରିଣୀ ରୀତାରାଣୀ ପ୍ରଧାନ ଏକ ମାମାଲା ରୁଜୁକରି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର