ବଡଯାତ୍ରା ଆସନ୍ତା ମାର୍ଚ୍ଚ ୨ରୁ ୩୧ ପର୍ଯ୍ୟନ୍ତ ଚାଲିବ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବଡ ଠାକୁର ଶ୍ରୀ କାନମରାଜୁ, ବାଲାରାଜୁ, ପୋତରାଜୁ ଏବଂ ମୁତ୍ୟେଲୁଆମ୍ମାଙ୍କ ବଡଯାତ୍ରା ଚଳିତ ବର୍ଷ ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ୨ ତାରିଖରୁ ପୂଜାରୀ ଏବଂ ଅନ୍ୟମାନେ ମାଲକାନଗିରି ଠାରୁ ମାନ୍ୟମକୋଣ୍ଡା ଗସ୍ତ କରିବେ। ୨ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ବଡ଼ ଠାକୁରଙ୍କର ବିଭିନ୍ନ ପାରମ୍ପରିକ କାର୍ଯ୍ୟକ୍ରମ ଚାଲିବ।

୧୭ ତାରିଖରୁ ମାନ୍ୟମକୋଣ୍ଡା ଠାରୁ ମାଲକାନଗିରିକୁ ଠାକୁରଙ୍କୁ ଆଣିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହେବ। ୨୭ ତାରିଖରେ କନ୍ୟାମାଝିବନ୍ଧରେ ଯାତ୍ରା ହେବ। ସଂଧ୍ୟାରେ ଠାକୁର ମାଣ୍ଡିଆଭଟ୍ଟାକୁ ଯିବେ। ୨୮ ତାରିଖରେ ମାଣ୍ଡିଆଭଟ୍ଟାରେ ଯାତ୍ରା ଅନୁଷ୍ଠିତ ହେବ। ସଂଧ୍ୟାରେ ଠାକୁର ମା’ମାଉଲିଙ୍କ ମନ୍ଦିରକୁ ଯିବେ। ୨୯ ତାରିଖରେ ସେଠାରେ ଯାତ୍ରା ଅନୁଷ୍ଠିତ ହେବ। ୩୦ ତାରିଖରେ ଯାତ୍ରା ଶେଷ ହେବା ସହ ରାତ୍ରି ଭୋଜନ କରି ସକାଳୁ ପୁଣି ଠାକୁର ଫେରିଯିବେ।
ତେବେ ଯାତ୍ରା ବେଳେ ଲୋକେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ଏଥିସହ ସମସ୍ତେ ସାମାଜିକ ଦୂରତାକୁ ମଧ୍ୟ ରକ୍ଷା କରିବେ। ଯାତ୍ରାରେ ଗହଳି ହେବା ସମ୍ଭାବନାକୁ ଦେଖି କମିଟି ଏବଂ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଘରେ ରହି ମଧ୍ୟ ଠାକୁରଙ୍କ ସ୍ମରଣ କରହେବ ବୋଲି କୁହାଯାଇଛି।

ତେଣୁ ନିଜ ସହ ନିଜର ଛୁଆପିଲାଙ୍କ କଥା ଚିନ୍ତା କରନ୍ତୁ। ଏହି ବିଶ୍ବ ମହାମାରୀକୁ ହରାଇବାକୁ ହେଲେ ସମସ୍ତେ ସଚେତନ ହେବା ଦରକାର ବୋଲି କୁହାଯାଇଛି। ତେବେ ଲୋକେ ଦୁଇ ବର୍ଷ ଧରି ବଡଯାତ୍ରାକୁ ଅପେକ୍ଷା କରି ରହିଛନ୍ତି। ତେଣୁ ଏହି ସୁଯୋଗକୁ ଲୋକେ ହାତଛଡା କରିନପାରନ୍ତି ବୋଲି ଆଶଂକା କରାଯାଉଛି।

ସମ୍ବନ୍ଧିତ ଖବର