ବାଙ୍ଗିରିପୋଷି (ପ୍ରଭାତ କୁମାର ହୋତା): ମୟୂରଭଂଜ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଙ୍ଗିରିପୋଷି ଆସନର ୯୫ଟି ମତଦାନ କେନ୍ଦ୍ରରେ ସୋମବାର ଭୋଟ ଗ୍ରହଣ କରାଯାଇଛି। ତେବେ ବହୁ ଇଭିଏମରେ ତ୍ରୁଟି ପାଇଁ ମତଦାନ ବିଳମ୍ବ ହୋଇଥିବା ପ୍ରିଜାଇଡିଂଗ ଅଫିସର ମାନେ କହିଛନ୍ତି। ମାତ୍ର ଇଭିଏମ ଖରାପ ହେବା କଥାକୁ ସେକ୍ଟର ଅଫିସର ଅଜିତ ସିଂହ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଅଫିସର ମାନେ ଟ୍ରେଣ୍ଡ ହୋଇ ନଥିବାରୁ ସମସ୍ୟା ଉପୁଜି ଥିଲା। ବୁଥ୍ ନଂ ୧୭, ୩୩, ୬୧, ୮୭, ୫୫, ୯୨, ୯୩, ୯୫ରେ ଇଭିଏମ ସମସ୍ୟା ପାଇଁ ୨୦ ମିନିଟରୁ ଏକ ଘଣ୍ଟା ବିଳମ୍ବରେ ଭୋଟ ଗ୍ରହଣ ସକାଳ ସମୟରେ ହୋଇ ଥିଲା। ଏହାକୁ ନେଇ କିଛି ସମୟ ଚାପା ଗୁଞରଣ ସୃଷ୍ଟି ହୋଇଥିଲା।
/sambad/media/post_attachments/wp-content/uploads/2019/04/Bangiriposhai1-1024x576.jpg)
ସେହିପରି ଭୂଆଶୁଣୀ ୬୦ ନଂ ଭୋଟ କେନ୍ଦ୍ରରେ ଚାରିଜଣ ରୁ ଉର୍ଦ୍ଧ୍ୱ ମହିଳା ଚେତା ହରାଇବାରୁ ଗ୍ରାମବାସୀ ଟେଣ୍ଟ ଓ ପାଣି କାହିଁକି ଦିଆଯାଇ ନାହିଁ କହି ୩୦ ମିନିଟ୍ ରୁ ଅଧିକ ସମୟ ଭୋଟ ବଂଦ କରିଥିଲେ। ଫଳରେ ଘଟଣାସ୍ଥଳରେ ଉଚ୍ଚପଦସ୍ଥ ଅଫିସର ଓ ବିଏଲଓ ପହଞ୍ଚି ଭୋଟରକୁ ବୁଝାଇ ଭୋଟ ଦେଇଥିଲେ। ଗୋଲାମୁଣ୍ଢାକଟା ୭୭/୭୮ନଂ ବୁଥ୍ରେ କର୍ମୀଙ୍କୁ ଘୋଉଡାଇବା ପୁଲିସ ମୃଦୁ ଲାଠିଚାଳନା କରିଥିଲା।
latestly.comଜଗନ୍ନାଥଖୁଣ୍ଟା ୯୫ ନଂ ବୁଥ୍ରେ ଭିଭିପାଟ ଖରାପ ପାଇଁ ଅଧଘଣ୍ଟା ଭୋଟ ବଂଦ ରହିଥିଲାଯ ପରେ ଭିଭିପାଟ ବଦଳ ପରେ ମତଦାନ ଗ୍ରହଣ କରାଯାଇଥିଲା। କୁମ୍ଭାରମୁଣ୍ଢାକଟା ୮୨/୮୪ ନଂ ବୁଥ୍ରେ ୬ଟା ପରେ ମଧ୍ୟ ଦୀର୍ଘ ସମୟ ଧରି ଭୋଟ ଚାଲିଥିଲା। ନିଶ୍ଚିତା ପଥର ଖୋମ ୨୭ନଂ ବୁଥ୍ରେ ୧୨୭୦ ଜଣ ଭୋଟର ଥିଲେ ମଧ୍ୟ ଗୋଟିଏ ବୁଥ୍ ରେ ଭୋଟ ଦାନ ହେଉଥିବାରୁ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ସେହିପରି ଅଂଳାଗୁଞା ୬୫ ନଂ ବୁଥ୍ରେ ମଧ୍ୟ ଦୀର୍ଘ ସମୟ ଧରି ଭୋଟ ଚାଲିଥିଲା। ଲାଇଟ ସମସ୍ୟା ପାଇଁ ଭୋଟର ହଇରାଣ ହୋଇଥିବାର ଅଭିଯୋଗ କରିଛନ୍ତି। ଦିବ୍ୟାଙ୍ଗ ଓ ବୃଦ୍ଧ/ବୃଦ୍ଧାଙ୍କୁ ଭୋଟ କେନ୍ଦ୍ରରେ ଏଥର ଅଗ୍ରାଧିକାର ଦିଆଯାଇଥିଲା। ମୋଟା ମୋଟି ଶାନ୍ତିଶୃଙ୍ଖଳାର ସହ ଭୋଟ ଦାନ ହୋଇଥିବା ଆରଓ ତଥା ବିଡିଓ ଆଶିଷରଂଜନ ସାହୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Bangiriposhai.jpg)