ବାରିପଦା : ବେତନଟୀ ଥାନା ଅନ୍ତର୍ଗତ ଭାଲିଆଡ଼ିହା ପଞ୍ଚାୟତ ତାଡ଼୍କୀ ସ୍କୁଲରୁ ଉଦ୍ଧାର ଜଣେ ଅପରିଚିତ ମହିଳା ଜଣଙ୍କ ଜଣେ ବାଂଲାଦେଶୀ ନାଗରିକ ବୋଲି ଜଣାପଡ଼ିଛି। ଗତକାଲି ଉଦ୍ଧାର ମହିଳାଙ୍କୁ ବାରିପଦା ୱାନ୍ଷ୍ଟପ ସେଣ୍ଟର୍ରେ ରଖାଯାଇଛି। ସେଠାରେ କାଉନ୍ସେଲିଂ ପରେ ମହିଳା ଜଣଙ୍କ ପ୍ରଥମେ ନିଜକୁ ପାକିସ୍ତାନୀ ନାଗରିକ ବୋଲି ପରିଚୟ ଦେଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେ ବାଂଲାଦେଶୀ ବୋଲି କହିଥିଲେ। ତାଙ୍କ ନାମ ହେମଲତା ବୋଲି ପ୍ରକାଶ କରିଛନ୍ତି। ତେବେ ଜଣେ ବାଂଲାଦେଶୀ ନାଗରିକ ଗତ କିଛିଦିନ ହେବ ଉଦ୍ଧାରସ୍ଥଳରେ ସଂନ୍ଦିଗ୍ଧ ଅବସ୍ଥାରେ ବୁଲାବୁଲି କରୁଥିଲେ। ଦିନ ବେଳେ ବୁଲାବୁଲି କରୁଥିବା ମହିଳା ଜଣଙ୍କ ବେଶଭୂଷାରୁ ମଧ୍ୟ ପାଗଳ କିମ୍ବା ଅନ୍ୟ ଭଳି ଲାଗୁନାହାନ୍ତି। ମୟୂରଭଞ୍ଜରେ ଗତ କିଛିଦିନ ହେବ ବାଙ୍ଗଲାଦେଶୀ ନାଗରିକଙ୍କ ଗତିବିଧି ବୃଦ୍ଧିପାଇଥିବା ଅଭିଯୋଗ ହୋଇଆସୁଛି। ପଶ୍ଚିମବଙ୍ଗର ମୁର୍ଶିଦାବାଦ ଆଦି ଅଞ୍ଚଳରୁ ଆସୁଥିବା କହି ବାରିପଦା ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅପରାଧିକ କାର୍ଯ୍ୟକଳାପରେ ମଧ୍ୟ ଲିପ୍ତ ରହୁଥିବାର ନଜିର ରହିଛି। ଏପରି ସମୟରେ ନିଜକୁ ଜଣେ ବାଂଲାଦେଶୀ ନାଗରିକ ପରିଚୟ ଦେଉଥିବା ମହିଳା ଜଣଙ୍କ ଜିଲ୍ଲାରେ ବିଚରଣ କରିବା ନିହାତି ଆଶଙ୍କାର ବିଷୟ। ଏନେଇ ୱାନ୍ଷ୍ଟପ ସେଣ୍ଟର୍ ପକ୍ଷରୁ ପୁଲିସ୍କୁ ସୂଚନା ଦିଆଯାଇଥିବା ଜଣାପଡ଼ିଛି। ଉକ୍ତ ମହିଳାଙ୍କୁ ପୁଲିସ୍ ପକ୍ଷରୁ ମଧ୍ୟ ଅଧିକ କାଉନ୍ସେଲିଂ କରାଯିବାର ଆବଶ୍ୟକତା ରହିଥିବା ଦାବି ହୋଇଛି। କାରଣ ଜଣେ ମାନସିକ ଅନଗ୍ରସର ମହିଳାର ପରିଚୟ ଆଢୁଆଳରେ ଯଦି ଉକ୍ତ ମହିଳାଜଣଙ୍କ କୌଣସି ଗୁପ୍ତଚର ବୃତ୍ତି କିମ୍ବା ଅନ୍ୟକୌଣସି ଆପତ୍ତିଜନକ କାର୍ଯ୍ୟରେ ସଂଶ୍ଳିଷ୍ଟ ଥାଆନ୍ତି ତେବେ ତାହା ବିପଦପୂର୍ଣ୍ଣ ନିଶ୍ଚୟ। ଉଲ୍ଲେଖଯୋଗ୍ୟଯେ କିଛି ଦିନ ହେବ ଅସହାୟ ଭାବେ ଘୁରିବୁଲୁଥିବା ମହିଳାଙ୍କୁ ସ୍ଥାନୀୟ କିଛି ସମାଜସେବୀଙ୍କ ସୂଚନା ଆଧାରରେ ଗତକାଲି ସନ୍ଧ୍ୟାରେ ଶିଶୁ ସୁରକ୍ଷା ୟୁନିଟ୍ର ଏବଂ ୱାନ୍ଷ୍ଟପ ସେଣ୍ଟରର କର୍ମଚାରୀଙ୍କ ସହଯୋଗରେ ଉକ୍ତ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଉକ୍ତ ମହିଳାଜଣଙ୍କର ପ୍ରକୃତ ପରିଚୟ ସମ୍ପର୍କରେ ବିଦ୍ଧିବଧ ତଦନ୍ତର ଆବଶ୍ୟକତା ରହିଛି। ସେହିପରି ଯଦି ମହିଳାଜଣଙ୍କ ବାଂଲାଦେଶୀ ହୋଇଥାଆନ୍ତି ତେବେ ସେ ସେଠାରୁ କିପରି ଏବଂ କାହିଁକି ମୟୂରଭଞ୍ଜ ଆସିଛନ୍ତି ସେନେଇ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଥିବା ଦାବି ହୋଇଛି।
ମହିଳା ବାଂଲାଦେଶୀ ନାଗରିକ ଉଦ୍ଧାର, ସଂନ୍ଦିଗ୍ଧ ଗତିବିଧିକୁ ନେଇ ସାଧାରଣରେ ଆଶଙ୍କା
/sambad/media/post_attachments/wp-content/uploads/2021/09/ବାଙ୍ଗ୍ଲାଦେଶୀ.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)