ବୈପାରିଗୁଡା: ଚାଷ ପାଇଁ ସୁନା ବନ୍ଧକ ଦେଇ କୃଷି ଋଣ କରିବା ଏବଂ ସମ୍ପୂର୍ଣ୍ଣ ୠଣ ସୁଝିବା ପରେ ସୁନା ଫେରାଇ ଦେବାର ବ୍ୟାଙ୍କ ତରଫରୁ ନିୟମ ରହିଥିଲେ ମଧ୍ୟ ବୈପାରିଗୁଡାସ୍ଥିତ ଏକ ରାଷ୍ଟ୍ରାୟତ ବ୍ୟାଙ୍କ ବିଭିନ୍ନ ଆଳ ଦେଖାଇ ସୁନା ଫେରାଇବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ନେଇ ଅଭିଯୋଗ ଆସିଛି। ଘଟଣା ଅନୁଯାୟୀ, ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମହୁଲି ପଞ୍ଚାୟତର ତୋଲା ଗ୍ରାମର ଜଗବନ୍ଧୁ ମାଳି ଗତ ୧୧ ତାରିଖରେ ବୈପାରିଗୁଡା ସ୍ଥିତ ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କରୁ କୃଷି ଋଣ ବାବଦକୁ ୧୨ ଗ୍ରାମ ସୁନା ବନ୍ଧକ ରଖି ୧୩ ହଜାର ଟଙ୍କା ଉଠାଇଥିଲେ। ଯାହାର ଲୋନ୍ ଆକାଉଣ୍ଟ ନମ୍ବର ୦୪୬୮୦୩୪୬୨୦୦୦୦୫୩ ଅଟେ। ତେବେ ଋଣ ଗ୍ରହୀତା ଜଗବନ୍ଧୁ ମାଳିଙ୍କର ୩୦.୧୨.୨୦୧୭ ତାରିଖ ଦିନ ମୃତ୍ୟୁ ହୋଇ ଯାଇଥିଲା। ଜଗବନ୍ଧୁଙ୍କ ଜ୍ବାଇଁ ବୈପାରିଗୁଡା ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପୁର ମାଳିଗୁଡା ଗ୍ରାମର ଦୀନବନ୍ଧୁ ମାଳି ୯ତାରିଖ ଦିନ ବ୍ୟାଙ୍କରେ ପହଞ୍ଚି ସୁଧ ମୂଳ ବାବଦକୁ ୧୪.୧୦୦ ଟଙ୍କା ଜମା କରିବା ସହ ସୁନା ଫେରାଇବା ପାଇଁ ଅନୁରୋଧ କରିଥିଲେ।
/sambad/media/post_attachments/wp-content/uploads/2023/05/5e7e809c-7fde-44a0-a94b-e8d9a7122ce2.jpg)
ତେବେ ବ୍ୟାଙ୍କ ତରଫରୁ କାଗଜପତ୍ର କାମ ପ୍ରସ୍ତୁତ କରିବା ପାଇଁ ସମୟ ମାଗିଥିଲେ। ସପ୍ତାହକ ପରେ ଦୀନବନ୍ଧୁ ବ୍ୟାଙ୍କରେ ପହଞ୍ଚିବାରୁ ଜଗବନ୍ଧୁଙ୍କ ମୃତ୍ୟୁ ପ୍ରମାଣପତ୍ର ଏବଂ ଉତ୍ତରାଧିକାରୀଙ୍କ ପ୍ରମାଣପତ୍ର ଇତ୍ୟାଦି ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବ୍ୟାଙ୍କ ନିର୍ଦ୍ଦେଶ ପ୍ରକାରେ ମୃତ୍ୟୁ ପ୍ରମାଣପତ୍ର ସହ ଜଗବନ୍ଧୁଙ୍କ ଉତ୍ତରାଧିକାରୀଙ୍କୁ ନେଇ ବ୍ୟାଙ୍କରେ ପହଞ୍ଚି ଥିଲେ। ଏହାପରେ ମଧ୍ୟ ବ୍ୟାଙ୍କ ସୁନା ନ ଫେରାଇ ବାରମ୍ବାର ତାରିଖ ଘୁଞ୍ଚାଇ ଚାଲିଲେ। ଦୀନବନ୍ଧୁ ବ୍ୟାଙ୍କକୁ ବାରମ୍ବାର ଦୌଡୁଥିଲେ ମଧ୍ୟ ସୁନା ଫେରାଇବା ବଦଳରେ ଟାଳଟୁଳ ନୀତି ଆପଣେଇ ତାଙ୍କୁ ଫେରାଉଥିବା ଦୀନବନ୍ଧୁ ପ୍ରକାଶ କରିଛନ୍ତି। ତେବେ କେଉଁ କାରଣରୁ ବ୍ୟାଙ୍କ ସୁଧ ମୂଳ ବାବଦକୁ ଟଙ୍କା ଫେରାଇବା ସହ ଆବଶ୍ୟକୀୟ ପ୍ରମାଣ ଉପସ୍ଥାପନ କରିବା ପରେ ମଧ୍ୟ ବ୍ୟାଙ୍କ କାହିଁକି ଦୀନବନ୍ଧୁଙ୍କୁ ସୁନା ଫେରାଉ ନାହିଁ ବୋଲି ପ୍ରଶ୍ନ ଉଠୁଛି। ପ୍ରକାଶ ଥାଉ କି, ଏହି ବ୍ୟାଙ୍କ ଶାଖାରୁ ଜନୈକ ବ୍ୟାଙ୍କ କର୍ମଚାରୀ ବହୁ ଜମାକାରୀଙ୍କ ୮୦ ଲକ୍ଷ ଟଙ୍କା ହଡ଼ପ କରିଥିବା ଭଳି ଘଟଣା ଘଟିଥିବାରୁ ସୁନା ଫେରସ୍ତ ନ ଦେବା ପଛରେ କି ରହସ୍ୟ ରହିଛି ବୋଲି ଦୀନବନ୍ଧୁ ପ୍ରଶ୍ନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/baipariguda-1.jpg)