ଖୋର୍ଦ୍ଧା: ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ ସୁବିଧା ଲୋକଙ୍କ ହାତପାଆନ୍ତାରେ ଯୋଗାଇଦେବାକୁ ରାଜ୍ୟ ସରକାର ବ୍ୟାଙ୍କମିତ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହାକୁ ନେଇ ଖୋର୍ଦ୍ଧାର ଗ୍ରାମାଞ୍ଚଳରେ ହଟଚମଟ ଆରମ୍ଭ ହୋଇଯାଇଛି। ଆଜି ଜଙ୍କିଆ ପଞ୍ଚାୟତର ୩୦ରୁ ଉର୍ଦ୍ଧ୍ବ ମହିଳା ଖୋର୍ଦ୍ଧା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ।
ଆଜି ପୂର୍ବାହ୍ଣରେ ଜଙ୍କିଆ ସରପଞ୍ଚ ପଙ୍କଜିନି ବଳବନ୍ତରାୟ, ସମତି ସଭ୍ୟ ଈଶ୍ବର ଚନ୍ଦ୍ର ମାର୍ଥା, ବର୍ଷା ରାଉତରାୟ, କଲ୍ୟାଣୀ ସାମନ୍ତରାୟଙ୍କ ସମେତ କାସମା’ତାରିଣୀ ସ୍ବୟଂ ସହାୟିକା ଗୋଷ୍ଠୀ, ଓମ ସାଇ ରାମ ସ୍ବୟଂ ସହାୟିକା ଗୋଷ୍ଠୀ, ଜଙ୍କିଆ ମହିଳା ମହାସଂଘର ସଦସ୍ୟାମାନେ ଖୋର୍ଦ୍ଧା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ନାରାବାଜି କରିଥିଲେ। ଓମ ସାଇରାମ ଏସ୍ଏଚ୍ଜିର ସମ୍ପାଦକ କଲ୍ୟାଣୀ ସାମନ୍ତରାୟଙ୍କ ଅଭିଯୋଗ ଅନୁସାରେ, ବ୍ୟଙ୍କ ମିତ୍ର ପଦବୀ ପାଇଁ ତାଙ୍କ ଗୋଷ୍ଠୀର ଏକ ପ୍ରସ୍ତାବ ପାରିତ ହୋଇଥିଲା। ଏହା ସହ ଚୟନ ପ୍ରକ୍ରିୟାରେ ସେ ପଞ୍ଚାୟତର ଅନ୍ୟ ପ୍ରାର୍ଥୀଙ୍କ ଠାରୁ ଅଧିକ ନମ୍ବର ରଖିଥିଲେ। ୧୦ ନମ୍ବର ରଖି ତାଲିକାର ପ୍ରଥମ ସ୍ଥାନରେ ରହିଥିଲେ। କିନ୍ତୁ ନିଯୁକ୍ତ ଦେବା ବେଳକୁ ୭ ନମ୍ବର ଆଣିଥିବା ପୁଷ୍ପଲତା ସାମନ୍ତରାୟଙ୍କୁ ଚୟନ କରାଯାଇଥିଲା।
ଏନେଇ ପୂର୍ବରୁ ସ୍ଥାନୀୟ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ଶୁଣିନଥିଲେ। ସେହିଭଳି ମା ତାରିଣୀ ସ୍ବୟଂ ସହାୟିକା ଗୋଷ୍ଠୀର ବର୍ଷା ରାଉତରାୟ ମଧ୍ୟ ଅନୁରୂପ ଭାବେ ଅଭିଯୋଗ ଆଣିଛନ୍ତି। ୨୦ ଜୁଲାଇ ଓ ୨୧ ନଭେମ୍ବରରେ ହୋଇଥିବା ଚୟନ ପ୍ରକ୍ରିୟାରେ ସେ ୨୧ରୁ ୧୫ ନମ୍ବର ଆଣିଥିଲେ। କିନ୍ତୁ ୨୧ରୁ ୮ ନମ୍ବର ଆଣିଥିବା ସୁମିତ୍ରା ଶ୍ରୀଚନ୍ଦନଙ୍କୁ ଚୟନ କରାଯାଇଛି। ଅପରପକ୍ଷରେ, କେବଳ ଏହି ଦୁଇଟି ଘଟଣା ନୁହେଁ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଅନରୂପ ଭାବେ ରାଜନୈତିକ ସ୍ବାର୍ଥ ରଖି ପ୍ରାର୍ଥୀଙ୍କୁ ଚୟନ ଓନିଯୁକ୍ତି ଦିଆଯାଇଛି ବୋଲି କଂଗ୍ରେସ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ପୁଣିଥରେ ସମସ୍ତ ଏମ୍ବିକେ ପଦବୀ ପାଇଁ ନିରପେକ୍ଷ ଚୟନ ପ୍ରକ୍ରିୟା କରିବା ପାଇଁଦାବି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/khordha-block-re-Bank-mitra-aniyamitata-2.jpeg)