ରାଉରକେଲା : ବନ୍ଧମୁଣ୍ଡା ସି ସେକ୍ଟର ମୁଖ୍ୟ ବଜାରସ୍ଥିତ ପଞ୍ଜାବ ନେସନାଲ ବ୍ୟାଙ୍କରୁ ଗତକାଲି ବିଳମ୍ବିତ ରାତିରେ ଡକାୟତି ହୋଇଛି । କିଛି ଦୁର୍ବୃତ୍ତ ଛାତର ସିଲିଂ ଭାଙ୍ଗି ବ୍ୟାଙ୍କ ଭିତରକୁ ପଶି ଆସିଥିଲେ । ଆଉ ବ୍ୟାଙ୍କ ଭିତରେ ଥିବା ଟଙ୍କା ନେବାକୁ ଲକର ଭାଙ୍ଗି ଥିଲେ। ମାତ୍ର ଲକର ଭାଙ୍ଗିବାରେ ଦୁର୍ବୃତ୍ତ ଅସଫଳ ହେଇଥିଲେ। ବ୍ୟାଙ୍କ ଭିତରେ କାଗଜପତ୍ର ଏଣେତେଣେ ଫିଙ୍ଗାଫିଙ୍ଗି କରିଥିଲେ। ଶେଷରେ ବ୍ୟାଙ୍କର ପାଞ୍ଚଟି କମ୍ପ୍ୟୁଟରକୁ ଉଠାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଆଜି ସକାଳ ବନ୍ଧମୁଣ୍ଡା ପୁଲିସ ପହଞ୍ଚି ତଦନ୍ତ ଚଳାଇଛି । ସାଇଣ୍ଟିଫିକ ଟିମ, ସନ୍ଧନୀ କୁକୁର ପହଞ୍ଚି ମଧ୍ୟ ତଦନ୍ତ ଆରମ୍ଭ କରିଛନ୍ତି । ବ୍ୟାଙ୍କରୁ ଅନ୍ୟ କ’ଣ ଚୋରି ହୋଇଛି ତଦନ୍ତ ପରେ ଜଣାପଡିବ ବୋଲି ପୁଲିସ କହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/3ef01048-c638-43a9-a717-fa03a94405f0.jpg)