ଘରୋଇକରଣକୁ ବିରୋଧ କରି ୟୁନାଇଟେଡ଼ ଫୋରମ ଅଫ ବ୍ୟାଙ୍କ ୟୁନିଅନର ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ

ଜୟପୁର: ଆଜିଠାରୁ ୨ଦିନିଆ ବ୍ୟାଙ୍କ ଧର୍ମଘଟ ଆରମ୍ଭ ହୋଇଛି। ବ୍ୟାଙ୍କ ଘରୋଇ କରଣକୁ ବିରୋଧ କରି ୟୁନାଇଟେଡ୍ ଫୋରମ ଅଫ୍ ବ୍ୟାଙ୍କ ୟୁନିଅନ୍ ବନ୍ଦ ଏହି ଡାକରା ଦେଇଛି। ଏହାକୁ ସମର୍ଥନ କରିଛନ୍ତି ୯ଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ।। ଶନିବାର ଠାରୁ ବ୍ୟାଙ୍କ ଗୁଡ଼ିକ ଛୁଟି ପାଇଁ ବନ୍ଦ ରହିଛି। ସୋମବାର ଓ ମଙ୍ଗଳବାର ଧର୍ମଘଟ ଶେଷ ହେବା ପରେ ବୁଧବାର ଠାରୁ ବ୍ୟାଙ୍କ ସେବା ପୁଣି ସ୍ୱାଭାବିକ ହେବ। ଖାସ୍ କରି ଜୟପୁରରେ ଏସ୍ବି‌ଆଇ (ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ) ଉପରେ ଅଧିକା ଗ୍ରାହକ ନିର୍ଭର ଥିବା ବେଳେ ଏହା ବନ୍ଦ ରହିଥିବାରୁ ନାହିଁ ନଥିବା ହଇରାଣ ହୋଇଛନ୍ତି। ବ୍ୟାଙ୍କ ଶାଖାରେ ହେଉଥିବା କାରବାର, କ୍ଲିୟରିଂ ଆଦି ଗୁରୁତର ଭାବେ ପ୍ରଭାବିତ ହୋଇଛି।

ଅନଲାଇନ ଓ ଡିଜିଟାଲ ବ୍ୟାଙ୍କିଙ୍ଗରେ ସେତେଟା ଅସୁବିଧା ହୋଇନି। ଏଟିଏମ୍‌ରୁ‌ ଟଙ୍କା ଉଠାଣ ମଧ୍ୟ ପ୍ରଭାବିତ ହୋଇଛି। ସେଭଳି ବହୁ ସରକାରୀ, ବେସରକାରୀ ଅନୁଷ୍ଠାନ ଗୁଡ଼ିକର ଜମା ଓ ଉଠାଣ ବି କରି ପାରି ନାହାନ୍ତି। ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କିଛି ଘରୋଇ ବ୍ୟାଙ୍କ ଖୋଲା ରହିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର