ବନ୍ତଳା:ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଗତକାଲି ହାତୀ ଜଣଙ୍କ ଜୀବନ ନେଇଥିବାବେଳେ ଆଜି ମଇଁଷି ଗୋଠରେ ପଶିଥିବାବେଳେ ଗୋଟିଏ ମଇଁଷିର ମୃତ୍ୟୁ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ଅନୁଗୁଳ ଜିଲ୍ଲାର ବନ୍ତଳାର ମଧୁପୁର ଗାଁରେ ରାତିସାରା ହାତୀ ଉପଦ୍ରବ କରିଥିଲା।
ଲୋକମାନେ ରାତିରେ ଭୟଭୀତ ଅବସ୍ଥାରେ ଥିଲେ। ଗାଁର ବନମାଳୀ ପ୍ରଧାନଙ୍କ ମଇଁଷି ଗୋଠରେ ହାତୀ ପଶି ଏକ ମଇଁଷି ମାରି ଦେଇଥିଲା। ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ମଧୁପୁର ଗ୍ରାମର ଲୋକମାନେ ବନ୍ତଳା-ସାତକୋଶିଆ ରାସ୍ତା ଉପରେ ବସି ଆନ୍ଦୋଳନ କରୁଛନ୍ତି। ଯାହାଫଳରେ ବହୁ ସଂଖ୍ୟାରେ ଗାଡି ଅଟକି ରହିଛି | ଘଟଣାସ୍ଥଳରେ ବନ୍ତଳା ପୁଲିସ ପହଞ୍ଚିନଥିବା ଜଣାପଡିଛି।