ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁରେ ରବି ଧାନ ବିକ୍ରୟ ପାଇଁ ମଣ୍ଡି ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ହେମକାନ୍ତ ସାଏ ମୁଖ୍ୟଅତିଥି ଭାବେ ଯୋଗଦେଇ ମଣ୍ଡିକୁ ଉଦ୍ଘାଟନ କରିଥିଲେ। ପ୍ୟାକ୍ସ ସଭାପତି ସତ୍ୟ ମୁଣ୍ଡ, ସମ୍ପାଦକ ଭାଗୀରଥି ପଟେଲଙ୍କ ସମେତ ଅଞ୍ଚଳର ବହୁ ଚାଷୀ ଯୋଗ ଦେଇଥିଲେ।
ଏହି ମଣ୍ଡିରେ ୩ଟି ପଂଚାୟତ ଖୁଦପେଜ, ସାନମହେଶ୍ବର ଓ ବରଗାଁର ୯୬୩ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିବା ବେଳେ ୬୦ ହଜାର କ୍ୱିଣ୍ଟାଲ ଧାନ ବିକ୍ରୟ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଥିବା ବିଭାଗ ସୂତ୍ରରୁ ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/26-18.jpg)