ବରଗଡ଼: ବରଗଡ଼ ଜିଲ୍ଲା ଭାଜପା ସଭାପତି ନାରାୟଣ ସାହୁ ଆଜି ତାଙ୍କ ପଦବିରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ସାହୁ ତାଙ୍କ ଇସ୍ତଫା ପତ୍ର ଇ ମେଲ ଯୋଗେ ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ ଦଳରୁ ଇସ୍ତଫା ଦେବା କାରଣ ସମ୍ପର୍କରେ ଶ୍ରୀ ସାହୁ ସ୍ପଷ୍ଟ ସୂୁଚନା ଦେଇ ନ ଥିଲେ ମଧ୍ୟ ବରଗଡ଼ ଜିଲ୍ଲାରେ ଦଳର କାଯ୍ୟର୍କଳାପରେ ଅସନ୍ତୁଷ୍ଟ ହୋଇ ସେ ଇସ୍ତଫା ଦେଇଥିବା ଜଣାଇଛନ୍ତି।
ସୂଚନାଯୋଗ୍ୟ ଯେ ପୂର୍ବତନ ବିଜେଡି ବିଧାୟକ ଆଶୋକ ପାଣିଗ୍ରାହୀ ଅକ୍ଟୋବର ଦୁଇ ତାରିଖ ଦିନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବାର କିଛି ଦିନ ପୂର୍ବରୁ ମଧ୍ୟ ଶ୍ରୀ ସାହୁ ଇସ୍ତଫା ଦେଉଥିବା ନେଇ ଚର୍ଚ୍ଚା ହୋଇଥିଲା। ପରେ ଶ୍ରୀ ସାହୁ ନିଜେ ଏହାକୁ ଖଣ୍ଡନ କରିଥିଲେ। ଆଗାମୀ ବିଜେପୁର ଉପ ନିର୍ବାଚନରେ ଦଳ ଅଶୋକ ପାଣୀଗ୍ରାହୀଙ୍କୁ ପ୍ରାର୍ଥୀ କରିବ ବୋଲି ବରଗଡ଼ ଜିଲ୍ଲାରେ ଚର୍ଚ୍ଚା ହେଉଥିବା ବେଳେ ଜିଲ୍ଲା ସଭାପତିଙ୍କ ଇସ୍ତଫା ଭାଜପାକୁ ଏକ ବଡ଼ ଝଟକା ବୋଲି ଚର୍ଚ୍ଚା ହେଉଛି।
ଭାଜପାକୁ ଝଟକା :ବରଗଡ଼ ଜିଲ୍ଲା ସଭାପତିଙ୍କ ଇସ୍ତଫା
/sambad/media/post_attachments/wp-content/uploads/2017/11/n-sahu.jpg)