କାମାକ୍ଷାନଗର:ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ବିରାସାଳ ପଞ୍ଚାୟତ ମୁତୁରୀବନ୍ଧ ଗାଁ ଭିତରକୁ ପସିଆସି ବ।ରାହ। ଆକ୍ରମଣ କରିଥିଲା। ଯାହାଫଳରେ ଗାଁର ୫ଜଣ ଗୁରୁତର ଆହତ ହୋଇ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।

Advertisment

ଆଜି ସକାଳ ୬ଟା ବେଳକୁ ଗାଁରେ ଲୋକମାନେ ଥିବାବେଳେ ନିକଟସ୍ଥ ଜଙ୍ଗଲ ଭିତରୁ ବ।ରାହ। ଗାଁକୁ ଆସି ଗାଁର ମିନି ପ୍ରଧାନ (୪୫ବର୍ଷ) ,ହରି ପ୍ରଧାନ (୪୦ବର୍ଷ),ରାମିନି କଲଙ୍ଗ (୫୦ବର୍ଷ),ନରେନ୍ଦ୍ର ପ୍ରଧାନ (୪୦ବର୍ଷ) ଓ ଗଗନ ପାତ୍ର ( ୩୫ବର୍ଷ) ଙ୍କୁ  ଆକ୍ରମଣ କରିଥିଲା । ସମସ୍ତ ୫ ଜଣ ଗୁରୁତର ଆହତ ହୋଇ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଜଙ୍ଗଲରେ ନିଆଁ ଲାଗୁଥିବା କାରଣରୁ ଜଙ୍ଗଲି ଜନ୍ତୁ ଏବେ ଗାଁ ମୁହାଁ ହୋଇଛନ୍ତି। ଆଉ ଲୋକଙ୍କୁ ଆକ୍ରମଣ କରୁଛି । ବନ ବିଭାଗ କର୍ମଚାରୀ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।