ବଣାଇଁଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକ୍ର କଲେଇପୋଷ ଛକରୁ ଭାୟା ବରସୁଆଁ ଟେନସା ଦେଇ କୋଇଡ଼ା ପର୍ଯ୍ୟନ୍ତ ପୂର୍ତବିଭାଗ ରାସ୍ତା ସଂଯୋଗ ରହିଛି। ଗତ ଦୁଇବର୍ଷ ତଳେ ଏହି ରାସ୍ତାର କଲେଇପୋଷରୁ କୋଇଡ଼ା ପର୍ଯ୍ୟନ୍ତ ଟେଣ୍ତର ଡକାଯାଇ ରାସ୍ତାର କଙ୍କ୍ରିଟ କାମ କରାଯାଇଛି। ମାତ୍ର ବରସୁଆଁ ବିର୍ସାମୁଣ୍ତା ଛକରୁ ଟେନସା ଜିରୋ ପଏଣ୍ଟ୍ ପର୍ଯ୍ୟନ୍ତ ୧୫ କିମି ରାସ୍ତାର କୌଣସି କାମ କରାଯାଇ ନାହିଁ। ଏହି ରାସ୍ତାକୁ ଟେନସା ଜିନ୍ଦଲ ଳୌହଖଣି ପକ୍ଷରୁ ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ହାତକୁ ନେଇଥିଲେ ମଧ୍ୟ ଦୀର୍ଘଦିନ ହେବ ଏହାର କୌଣସି କାର୍ଯ୍ୟ ହୋଇ ନଥିବାରୁ ରାସ୍ତାଟି ବର୍ତମାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇ ଗମନାଗମନରେ ଗୁରୁତର ବାଧାପ୍ରାପ୍ତ ସାଜିଛି। ବିଶେଷ କରି ରାସ୍ତାର ପିଚୁ ସମ୍ପୂର୍ଣ୍ଣ ଉଠିଯାଇ କେବଳ ଧୂସର ରଙ୍ଗର ଗୁଣ୍ତ ରାସ୍ତା ଉପରେ ପଡି ରହିଛି।
/sambad/media/post_attachments/wp-content/uploads/2020/11/ff6deabb-5fa3-41e3-8616-971a14a76410.jpg)
ଏହି ରାସ୍ତାଦେଇ ପ୍ରତିଦିନ ଶହଶହ ଖଣିଜ ପଦାର୍ଥ ପରିବହନ କରୁଥିବା ଯାନବାହାନ ଅହରହ ଚଳାଚଳ କରୁଥିବାରୁ ରାସ୍ତା ଉପରେ ଏକ ଧୂସର ରଙ୍ଗର ପରିବେଶ ସୃଷ୍ଟି ହୋଇଛି। ଫଳରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବାଇକ ଆରୋହୀ ଓ ଅନ୍ୟାନ୍ୟ ଯାନାବାହାନ ଯାତାୟତରେ ଜନସାଧାରଣ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ବିଷୟରେ ବଣାଇଁ ପୂର୍ତ ବିଭାଗକୁ ଯୋଗାଯୋଗ କଲେ ଖୁବ୍ଶୀଘ୍ର ରାସ୍ତା ନିର୍ମାଣ ପାଇଁ ଟେଣ୍ତର ଡକାଯିବ ବୋଲି ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/02b3ba0d-4512-4286-b060-46aaff115da0.jpg)