କନ୍ଦେୁଝର: ବଡ଼ବିଲ ହାଜତ ମୃତ୍ୟୁ ଘଟଣାରେ ଆଇଆଇସି ରାଜନ୍ଦ୍ରେ ସ୍ବାଇଁଙ୍କୁ ବଦଳି ହୋଇଛି। ତାଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି। ଜିଲ୍ଲା ପୁଲିସ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏତଦ ବ୍ୟତୀତ ଜିଲ୍ଲାର ଅନ୍ୟ ୫ଜଣ ଆଇଆଇସିଙ୍କୁ ମଧ୍ୟ ବଦଳି କରାଯାଇଛି।

Advertisment

ଟାଉନ୍‌ ଥାନା ଆଇଆଇସି ପ୍ରମୋଦିନୀ ସାହୁଙ୍କୁ ବଡ଼ବିଲ ଥାନାରେ ନୂଆ ଦାୟିତ୍ବ ମିଳିଛି। ସେହିପରି ସଦର ଥାନା ଇନ୍ସପେକ୍ଟର ସୁନୀଲ କୁମାର କରଙ୍କୁ ଟାଉନ୍‌ ଥାନା, ଆନନ୍ଦପୁର ଥାନାରୁ ଇନ୍ସପେକ୍ଟର ସୁଶାନ୍ତ ଦାସଙ୍କୁ ସଦର ଥାନା, ହରିଚନ୍ଦପୁର ଥାନାରୁ ଇନ୍ସପେକ୍ଟର ଦେବକୀ ନାଏକଙ୍କୁ ଆନନ୍ଦପୁର ଥାନା, ଜିଲ୍ଲା ପୁଲିସ ମୁଖ୍ୟାଳୟରୁ ଇନ୍ସପେକ୍ଟର ପ୍ରଫୁଲ୍ଲ କୁମାର ବାର୍ଲାଙ୍କୁ ହରିଚନ୍ଦନପୁର ଥାନାକୁ ବଦଳି ହୋଇଛି।

କେନ୍ଦୁଝର ଜିଲ୍ଲା ବଲାଣି ଥାନା ଲସର୍ଦ୍ଦା ଡବଲ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମିଲୁ ବାରିକଙ୍କ ପୁଲିସ ହେପାଜତରେ ମୃତ୍ୟୁ ଘଟିଥିଲା। ବିଚାର ବିଭାଗୀୟ ତଦନ୍ତ ପାଇଁ ସୁପାରିସ କରାଯାଇଛି। ଏ ସଂପର୍କରେ କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର ସ୍ପଷ୍ଟ କରିଛନ୍ତି। ଜାତୀୟ ମାନବାଧିକାର କମିସନ୍‌ଙ୍କ ମାର୍ଗଦର୍ଶିକା ଆଧାରରେ ତଦନ୍ତ କରିବାକୁ ଜିଲ୍ଲା ଜଜ୍‌ଙ୍କୁ ଅନୁରୋଧ କରାଯାଇଛି ବୋଲି ଏସ୍‌ପି ଶ୍ରୀ ମହାପାତ୍ର କହିଛନ୍ତି।

publive-image

ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ୨୮ ତାରିଖ ରାତିରେ ବଲାଣି ଥାନା ଅନ୍ତର୍ଗତ ଲସର୍ଦ୍ଦା ଗ୍ରାମର ଲକ୍ଷ୍ମୀଧର ଆପଟ ଏବଂ ତାଙ୍କ ପତ୍ନୀ ମଞ୍ଜୁଲତା ଆପଟଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଡିସେମ୍ବର ୩୧ ତାରିଖରେ ପୁଲିସ ଏହି ମାମଲାରେ ମାଖନ ନାଏକକୁ ଗିରଫ କରିଥିଲା। ୧୫ ତାରିଖରେ ଜୁରୁଡ଼ି ଅଞ୍ଚଳରେ ରହୁଥିବା ମିଲୁ ବାରିକ (୪୦)ଙ୍କୁ ସନ୍ଦେହରେ ପୁଲିସ ଉଠାଇ ଆଣିଥିଲା। ଏହାପରଠାରୁ ମିଲୁ ଆଉ ଘରକୁ ଫେରିନଥିବା ବାପା ଲୋନି ବାରିକ କହିଛନ୍ତି। ଏହାପରେ ଯୋଡ଼ା ଟିସ୍କୋ ଡାକ୍ତରଖାନାରେ ତାଙ୍କ ଶବ ମିଳିଥିଲା। ପୁଲିସ ମିଲୁଙ୍କୁ ମାଡ଼ ମାରିବା ସହ ଗୁଳି କରି ହତ୍ୟା କରିଥିବା ଲୋନି ଅଭିଯୋଗ କରିଥିଲେ। ତେବେ, ଅଭିଯୁକ୍ତ ମିଲୁକୁ ଧରିବା ପାଇଁ ଗୋଡ଼ାଇବା ବେଳେ ସେ ପଡ଼ିଯାଇ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ଯୋଡ଼ା ଟିସ୍କୋ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଚମ୍ପୁଆ ଏସ୍‌ଡିପିଓ ରାମରାୟ ମୁର୍ମୁ କହିଥିଲେ। ଏହି ଘଟଣା ପରଠାରୁ ‌ବଡ଼ବିଲ ଥାନା ଅଧିକାରୀ ରାଜେନ୍ଦ୍ର ସ୍ବାଇଁ ଥାନାକୁ ଆସୁନଥିଲେ। ତାଙ୍କ ସ୍ଥାନରେ ସୁଶାନ୍ତ ଦାସ ଦାୟିତ୍ବ ତୁଲାଉଥିଲେ।