ଝାରସୁଗୁଡା: ଛତିଶଗଡ଼ ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅଧିନରେ ହୋଇଥିବା ଏକ ଡବଲ ମର୍ଡର ଘଟଣାରେ ଗିରଫ ହୋଇଥିବା ଅନ୍ୟତମ ଅଭିଯୁକ୍ତ ବର୍ଦ୍ଧନ ଟପ୍ପୋକୁ ଆଜି ଛତିଶଗଡ଼ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୨୦୧୬ ମସିହାରେ ଚକ୍ରଧରନଗର ଥାନା ଅଞ୍ଚଳରେ ଜଣେ ମହିଳା ଓ ଶିଶୁର ମୃତଦେହ ରାସ୍ତାରୁ ମିଳିଥିଲା। ପ୍ରଥମେ ଏହାକୁ ଦୁର୍ଘଟଣା କୁହାଯାଉଥିବା ବେଳେ ପରେ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ନେଇ ପୁଲିସ ମାମଲା ରୁଜୁ କରିଥିଲା। ଏଥିରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ପୁଲିସ ମୁଖ୍ୟ ଅଭିଯୁକ୍ତ ଭାବରେ ଗିରଫ କରିବା ପରେ ତାଙ୍କ ଡ୍ରାଇଭର ଥିବା ବର୍ଦ୍ଧନ ଟପ୍ପୋକୁ ପରେ ଗିରଫ କରିଥିଲା।
ବର୍ଦ୍ଧନ ୨୦୨୦ ମସିହା ଫେବ୍ରୁଆରି ୧୫ରୁ ଜେଲରେ ଥିବା ବେଳେ ଏହି ମାମଲାର ଶୁଣାଣି ଚାଲିଥିଲା। କୋର୍ଟରେ ଉପସ୍ଥାପନ କରାଯାଇଥିବା ସାକ୍ଷ୍ୟ ଓ ପ୍ରମାଣ ତାଙ୍କ ବିରୋଧରେ ଯଥେଷ୍ଠ ନହେବାରୁ ବିଚାରପତି ଏହି ମାମଲାକୁ ବିଚାର କରି ବର୍ଦ୍ଧନକୁ ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଥିବା ଜଣାଯାଇଛି। ଏହି ମାମଲାରେ ଅନୁପ ସାରଏ ଏବେବି ରାୟଗଡ଼ ଜେଲରେ ଅଛନ୍ତି।
ହାଇକୋର୍ଟ ତାଙ୍କର ରାୟରେ, ଅପରାଧର ଜଘନ୍ୟତା, ଘଟଣାର ପ୍ରମାଣ ଏବଂ ପାରିପାର୍ଶ୍ଵିକ ସ୍ଥିତି ସାଂଗକୁ ଜବତ ସାମଗ୍ରୀ ଓ ଶେଷ ସାକ୍ଷୀ ସହ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ପର୍ଯ୍ୟାପ୍ତ ନୁହେଁ ଏବଂ ମାମଲାକୁ ଆଦୌ ସମର୍ଥନ କରୁ ନଥିବା ଏହି ଅଭିଯୋଗକୁ ଆକ୍ରୋଶମୂଳକ ଭାବେ ଉପସ୍ଥାପନା କରାଯାଇଥିବା କୋର୍ଟ ଦର୍ଶାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/589d4490-6734-40ff-bfe8-1968fb1dff94.jpg)