ପଚା ଖାଦ୍ୟ ଖାଇ ୧୧ ଗାଈ ମୃତ, ୪୦ ଗୁରୁତର

ପଦ୍ମପୁର: ପଦ୍ମପୁର ନିକଟସ୍ଥ କୁମୁନିବାହାଲି ଗାଁ ନିକଟରେ ପଚା ଖାଦ୍ୟ ଖାଇ ୧୧ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ୪୦ ଗୋରୁ ଗୁରୁତର ଅବସ୍ଥାରେ। ସୂଚନାନୁଯାୟୀ ଗତ ୨ ତାରିଖ ବିଜେପୁର ଉପନିର୍ବାଚନ ନାମାଙ୍କନ ପାଇଁ କର୍ମୀମାନଙ୍କ ସକାଶେ ଗାଁ ନିକଟରେ ଖାଦ୍ୟ ରନ୍ଧା ଯାଇଥିଲା। ବଳକା ଖାଦ୍ୟତକ କୁମୁନିବାହାଲି ଗାଁ ପାଖରେ ଫୋପାଡି ଦିଆଯାଇଥିଲା। ପଚା ଖାଦ୍ୟ ଖାଇ ଡଙ୍ଗାଘାଟ ପଞ୍ଚାୟତ କୁମୁନିବାହାଲ ଗାଁର ସୁଶିଲ କୁମ୍ଭାରଙ୍କ ୨ଟି, ସୁଦାମ ଅଦାବର, କୁଶ ହଂସ, ସର୍ବେଶ୍ୱର ହଂସ, ମନୋହର କୁମ୍ଭାର, ତପିନ୍ଦ୍ର ଭୋଇଙ୍କ ଗୋଟିଏ ଲେଖାଏଁ, କୁମର କୁମ୍ଭାର, ଲାଲସିଂ ହଂସଙ୍କ ଦୁଇଟି ଲେଖାଏଁ ଗାଈଗୋରୁଙ୍କ ମୃତ୍ୟୁ ଘଟିଛି। ଗାଈଗୋରୁଙ୍କ ମାଲିକମାନେ ଗରିବ ଶ୍ରେଣୀର ହୋଇଥିବାରୁ ତୁରନ୍ତ ଆର୍ଥିକ ସହାୟତା ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର