ପାଇକମାଳ  :  ଅଜଣା ଗାଡି ଧକ୍କାରେ ୩ ବାରହା ମୃତ

ପାଇକମାଳ :    ପାଇକମାଳ ବ୍ଲକର ରସମୁଣ୍ଡା ଗ୍ରାମ ନିକଟରେ ଗୁରବାର ଭୋର ୪ଟା ସମୟରେ  ଏକ ଅଜଣା ଗାଡି  ଧକ୍କାରେ ତିନୋଟି ବାରହାର  ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ନୃସିଂହନାଥ ଫରେଷ୍ଟ ରେଞ୍ଜର ଗିରିଧାରୀ ପ୍ରଧାନଙ୍କ କହିବାନୁଯାୟୀ ଗତକାଲି  ବିଳମ୍ବିତ ରାତିରେ ବାରାହାମାନେ ରାସ୍ତା ଅତିକ୍ରମ କରିଥିବା ସମୟରେ ଏହି ଦୁର୍ଘଟଣା ଘଟିଥାଇପାରେ ।

ଦୁଇଟି ବାରହା ଗାଡି ଧକ୍କାରେ ସମ୍ପୂର୍ଣ୍ଣ ଭାବରେ ରାସ୍ତାରେ ପେଷି ହୋଇଯାଇଥିବା ବେଳେ ବହୁ ଖୋଜାଖୋଜି କରିବା ପରେ ଅନ୍ୟ ଗୋଟିଏ ବାରାହାର ଖଣ୍ଡିତ ମୃତଦେହ ବନ ବିଭାଗ ତରଫରୁ ଉଦ୍ଧାର କରାଯାଇଛି ।   ଘଟଣା ସ୍ଥଳରେ ନୃସିଂହନାଥ ରେଞ୍ଜ ଓ ପାଇକମାଳ ରେଞ୍ଜର  କର୍ମଚାରୀମାନେ ଉପସ୍ଥିତ ରହି ତଦନ୍ତ କରୁଛନ୍ତି। ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ ପାଇକମାଳ ପ୍ରାଣୀଧନ କେନ୍ଦ୍ରକୁ ପଠେଇ ବ୍ୟବଛେଦ ପରେ ନୃସିଂହନାଥ ରେଞ୍ଜ  ଅଫିସ ପରିସରରେ ପୋତିଦିଆଯାଇଛି ବୋଲି ରେଞ୍ଜର ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର