ବରଗଡ଼: ବର୍ତମାନ ମଧ୍ୟ ଜିଲ୍ଲାର ବିଭିନ୍ନ ରାସ୍ତାଘାଟ ମରାମତି ଅଭାବରୁ ଉଜୁଡ଼ି ଯାଇଛି। ଠିକ୍ ସେହିଭଳି ପୋଲ ଗୁଡ଼ିକର ରକ୍ଷଣାବେକ୍ଷଣ ହେଉନଥିବାରୁୁ ସେଗୁଡ଼ିକ ବି ମରଣଯନ୍ତା ପାଲଟିଛି। ମରାମତି ପାଇଁ ଟଙ୍କା ପଡ଼ିଥିବାବେଳେ ସେଗୁଡ଼ିକର ବିନିଯୋଗ ନହେବା ଆଶ୍ଚର୍ଯ୍ୟର କଥା। ସ୍ବତନ୍ତ୍ର ପାଣ୍ଠି ଜରିଆରେ ରାସ୍ତା ଏବଂ ପୋଲ ମରାମତି ପାଇଁ ଜିଲ୍ଲା ପରିଷଦ ଜରିଆରେ ମୋଟ୍ ୧୫୯.୧୫ ଲକ୍ଷ ଟଙ୍କା ଆସିଥିଲା। ଏହି ଟଙ୍କାରେ ମୋଟ୍ ୫୭ଟି ପ୍ରକଳ୍ପକୁ ମଂଜୁରୀ ମିଳିଥିଲା। ତେବେ ବିଭାଗୀୟ ପରିସଂଖ୍ୟାନ ଅନୁସାରେ ଗୋଟିଏ ବି ପ୍ରକଳ୍ପ କାମ ଆରମ୍ଭ ହୋଇନାହିଁ। ସେହିପରି ପଞ୍ଚାୟତ ସମିତି ଜରିଆରେ ବିଭିନ୍ନ ପ୍ରକଳ୍ପ କାମ ପାଇଁ ମୋଟ୍ ୩୭୦.୭୮ ଲକ୍ଷ ଟଙ୍କା ମହଜୁଦ ରହିଛି। ହେଲେ ୨୦୧୮-୧୯ ଆର୍ଥିକ ବର୍ଷରେ ଅନୁଦାନ ରାଶିରୁ ଟଙ୍କାଟିଏ ବି ଖର୍ଚ୍ଚ ହୋଇନାହିଁ କି କୌଣସି ପ୍ରକଳ୍ପର କାମ ଆରମ୍ଭ ହୋଇନାହିଁ। ଅର୍ଥାତ ଜିଲ୍ଲାରେ ସ୍ବତନ୍ତ୍ର ପାଣ୍ଠିରୁ ୫କୋଟି ଉପରେ ଟଙ୍କା ପଡ଼ି ରହିଥିବାବେଳେ ଅତ୍ୟାବଶ୍ୟକୀୟ ରାସ୍ତା ଏବଂ ପୋଲ ମରାମତି କାମ ଆରମ୍ଭ ହୋଇନାହିଁ।
ପଡ଼ିଛି ୫ କୋଟି:ରାସ୍ତା-ପୋଲ ମରାମତି ଠପ୍
/sambad/media/post_attachments/wp-content/uploads/2019/02/brgh9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)