ଆଜିଠାରୁ ବରଗଡ଼ରେ ୭ ଦିନିଆ ସଟଡାଉନ ଘୋଷଣା, ସମସ୍ତ ଦୋକାନବଜାର ବନ୍ଦ

ବରଗଡ଼: ବରଗଡର ୪ଟି ବ୍ଲକରେ ଆଜିଠୁ ୭ ଦିନିଆ ସଟଡାଉନ ଘୋଷଣା । ଜିଲ୍ଲାର ପଦ୍ମପୁର ଉପଖଣ୍ଡରେ ବଢିଚାଲିଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ୪ଟି ବ୍ଲକକୁ ୭ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ଏହି ୪ଟି ବ୍ଲକ ହେଲା ପଦ୍ମପୁର ବ୍ଲକ, ପାଇକମାଲା ବ୍ଲକ, ଝାରବନ୍ଧ ବ୍ଲକ, ଓ ରାଜବୋଡାସମ୍ବର ବ୍ଲକ । ବିଭିନ୍ନ ଅନୁଷ୍ଠାନ ଓ ଉପଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ସଟଡାଉନ ବେଳେ ସହରର ସମସ୍ତ ଦୋକାନ, ବଜାର, ବନ୍ଦ ରହିବ । କେବଳ ନିତ୍ୟ ଆବଶ୍ୟକୀୟ ସାମଗ୍ରୀ ପାଇଁ ସକାଳ ୯ଯାଏଁ ଦୋକାନ ଖୋଲା ରହିବ । ଯାନବାହାନ ଚଳାଚଳ ସ୍ୱାଭାବିକ ହେବ । ସଟଡାଉନ ପାଇଁ ଗତକାଲିଠୁ ଲୋକଙ୍କୁ ଡାକବାଜି ଯନ୍ତ୍ରରେ ସର୍ତକ କରାଇ ଦିଆଯାଇଥିଲା ।

ସମ୍ବନ୍ଧିତ ଖବର