ଭେଡେନ୍ ‌: ବାଲି ଵୋଝେଇ ଟ୍ରାକ୍ଟର ସହ ବାଇକର ମୁହାଁମୁହିଁ ଧକ୍କା; ମାଆ-ଝିଅ ମୃତ, ବାପା ଗୁରୁତର

ଭେଡେନ୍‌: ବରଗଡ଼ ଜିଲ୍ଲାର ଭେଡେନ୍‌ ବ୍ଲକ୍‌ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ବ୍ଲକ୍‌ର ବୁର୍ଦ୍ଦା ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ ମୁହାମୁହିଁ ଧକ୍କା ହେବାରୁ ବାଇକରେ ବସିଥିବା ୨ ଜଣଙ୍କର ମୃତ୍ୟୁ ଘଟିଛି। ଉକ୍ତ ବାଇକ୍‌ରେ ସମୁଦାୟ ୩ ଜଣ ଆରୋହୀ ଥିଲେ। ପଛରେ ବସିଥିବା ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବାଇକ୍‌ ଚାଳକ ଜଣକ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି।

ମୃତକ ଦ୍ବୟ ହେଉଛନ୍ତି ସତ୍ବଞ୍ଜଳି ବାରିକ(୪୦) ଓ ପ୍ରତୀକ୍ଷା ବାରିକ(୪)। ଗୁରୁତର ବାଇକ ଚାଳକ ଜଣକ ହେଉଛନ୍ତି ମାନଧାତା ବାରିକ।  ଏମାନେ ସମସ୍ତେ ଗୋଟିଏ ପରିବାରର। ଏମାନଙ୍କ ପ୍ରକୃତ ଘର ବଲାଙ୍ଗୀର ଜିଲ୍ଲାର ବେନ୍ଦ୍ରା ହୋଇଥିବା ବେଳେ ଉକ୍ତ ପରିବାର ବୁର୍ଲାରେ ରହୁଥିଲେ। ଏକ ବାଇକ ରେ ସ୍ବାମୀ ସ୍ତ୍ରୀ  ନିଜ ପିଲାକୁ ଧରି ଭେଡେନକୁ ଆସୁଥିବା ବେଳେ ଭେଡେନ ପଟରୁ ଏକ ବାଲି ବୋଝେଇ ଟ୍ରାକ୍ଟର ସହ ବୁର୍ଦ୍ଦା ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ମାଆ ଓ ଝିଅଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର