ବୈଷ୍ଣୋଦେବୀ ମନ୍ଦିର ହୁଣ୍ଡିରୁ ଚୋରି

ବରଗଡ଼: ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ପଥର୍ଲାସ୍ଥିତ ବୈଷ୍ଣୋଦେବୀ ମନ୍ଦିରରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ଗୁରୁବାର ମନ୍ଦିରର ଦାନବାକ୍ସ ଭାଂଗି ଦାନ ଟଙ୍କାତକ ନେଇ ଯାଇଛନ୍ତି। ସଦର ପୁଲିସ୍‌ ସୂଚନା ଅନୁସାରେ, ପ୍ରାୟ ଦୁଇ ମାସ ହେଲା ମନ୍ଦିର ଦାନବାକ୍ସ ଖୋଲା ଯାଇନଥିଲା। ଏଥିରେ ପ୍ରାୟ ୪୦ରୁ ୫୦ହଜାର ଟଙ୍କା ଥିଲା। ଆଜି ସକାଳେ ପୂଜକ ଆସି ଦେଖିବା ବେଳେ ଦାନବାକ୍ସ ଭଂଗା ହୋଇଥିବା ଦେଖିବାକୁ ପାଇଥିଲେ। ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ସଦର ପୁଲିସ୍‌ ଘଟଣାସ୍ଥଳରେ ପହଂଚି ତନାଘନା କରିଥିଲା। କିଛି ସନ୍ଦିଗ୍ଧଙ୍କୁ ଅଟକ ରଖି ପୁଲିସ୍‌ ପଚରାଉଚୁରା ଚଳାଇଛି। କେସ ନମ୍ବର ୧୨୮ରେ ସଦର ପୁଲିସ୍‌ ମାମଲା ରୁଜୁ କରି ତନାଘନା କରୁଛି।

ସମ୍ବନ୍ଧିତ ଖବର