ବନାବିରା ଗୁଳିକାଣ୍ଡ ମାମଲା : ଅଭିଯୁକ୍ତ ପ୍ରିନ୍ସ ସୋନୀ ଗିରଫ

ସୋହେଲା : ବିଜେପୁର ଉପନିର୍ବାଚନ ସମୟରେ ବରଗଡ଼ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ବନାବିରା ଗ୍ରାମ ନିକଟରେ ଫେବ୍ରୁଆରି ୨୨ତାରିଖ ରାତିରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କ ସମେତ ୪ଜଣ ବିଜେଡି କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ମାମଲାର ଷଷ୍ଠ ଅଭିଯୁକ୍ତ ଭାବେ ସୋହେଲା ପୁଲିସ ରବିବାର ଧମା ଥାନା (ସମ୍ବଲପୁର) ଅନ୍ତର୍ଗତ ଚାରବାଟିଆ ଛକ ଅଂଚଳର ପ୍ରିନ୍ସ ସୋନୀ (୨୩)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୋହେଲା ପୁଲିସ ଏହି ମାମଲାରେ ପୂର୍ବରୁ ୫ ଜଣଙ୍କୁ ଗିରଫ କରିସାରିଛି। ପ୍ରିନ୍ସ ଭୁବନେଶ୍ୱରେ ଆତ୍ମଗୋପନ କରିଥିବା ସୂଚନା ପାଇ ଏକ ଟିମ୍‌ ରାଜଧାନୀରେ ଆସି ପହଞ୍ଚିଥିଲା। ପି୍ରିନ୍ସ ଶନିବାର ରାତିରେ ପଟିଆସ୍ଥିତ ଜଣେ ସାଂଗ ଘରେ ଆତ୍ମଗୋପନ କରିଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା। ସେଠାରେ ଅଭିଯୁକ୍ତ ପ୍ରିନ୍ସଙ୍କୁ ପୁଲିସ କାବୁ କରି ସୋହେଲାକୁ ଆଣିଥିଲା। ଜେରା ପରେ ପ୍ରିନ୍ସ ଉକ୍ତ ଘଟଣାରେ ସାମିଲ ଥିବା ପୁଲିସ୍‌ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର