ବରଗଡ଼: ବରଗଡ଼ ଜିଲ୍ଲାର ହାତଗଣତି ଶିଳ୍ପାନୁଷ୍ଠାନ ଗୋଟିଏ ପରେ ଗୋଟିଏ ବନ୍ଦ ହେବାକୁ ଲାଗିଛି। ସହର ଉପକଣ୍ଠରେ ଥିବା ତୋରା ସ୍ପିନିଂ ମିଲ୍ ନିଶ୍ଚିହ୍ନ ହୋଇସାରିଲାଣି। ଏଠାରେ ଯାହା ଆସବାବପତ୍ର ଏବଂ ସାମଗ୍ରୀ ଥିଲା, ତାହା ଚୋରି ହୋଇଛି। ଏପରିକି ଲୁହା ଯନ୍ତ୍ରପାତିକୁ ଦୁର୍ବୃତ୍ତମାନେ ସ୍କ୍ରାପ୍ ଆକାରରେ ଚୋରି କରି ଚାଲାଣ କରୁଛନ୍ତି। ଏବେ ପାଳି ପଡ଼ିଛି ଚିନି କାରଖାନାର। ଏହି ଦୁଇଟି କାରଖାନା ଜିଲ୍ଲାବାସୀଙ୍କ ପାଇଁ ଅତ୍ୟନ୍ତ ଜରୁରୀ ଥିଲା। କାରଣ ଉଭୟ ଶିଳ୍ପାନୁଷ୍ଠାନ ଉପରେ ଜିଲ୍ଲାର ସାମାଜିକ ବିକାଶ ସ୍ଥିତି ନିର୍ଭର କରୁଥିଲା। ସ୍ପିନିଂ ମିଲ୍ ସିଧାସଳଖ ବୁଣାକାରଙ୍କ ଜୀବନଧାରା ସହ ଜଡ଼ିତ। ସେହିପରି ଚିନିକଳ ଆଖୁଚାଷୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛି। ଜୀର୍ଣ୍ଣ ଅବସ୍ଥାରେ ପହଂଚିଥିବା ଚିନିକଳକୁ ବିକ୍ରି କରିବାକୁ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି। ଦୁଇ ମାସ ଭିତରେ ଚିନିକଳ ବିଧିବଦ୍ଧ ଭାବେ ବନ୍ଦ ହେବ।
/sambad/media/post_attachments/wp-content/uploads/2023/11/88cfe85b-bc34-424f-a806-9f4a01558669.jpeg)
ସେହିପରିି ବୃହତ୍ ଶିଳ୍ପ ମଧ୍ୟରେ ପ୍ରଥମେ ଆରମ୍ଭ ହୋଇଥିଲା ସରକାରୀ ପରିଚାଳନାରେ ସିମେଣ୍ଟ କାରଖାନା। ଡୁଙ୍ଗୁରୀ ଚୂନପଥର ଖଣିକୁ ଆଖି ଆଗରେ ରଖି ରାଜ୍ୟ ଶିଳ୍ପ ଉନ୍ନୟନ ନିଗମ ଦ୍ୱାରା ଏହି କାରଖାନା ପ୍ରତିଷ୍ଠା କରାଯାଇଥିଲା। ପରବର୍ତୀ ସମୟରେ ସିମେଣ୍ଟ କାରଖାନା ପ୍ରବଳ କ୍ଷତି ସହିଲା। ୨୦୦୩ ମସିହାରେ ଏସିସିକୁ ମାତ୍ର ୧୭୬ କୋଟି ଟଙ୍କାରେ ଏହାକୁ ବିକ୍ରି କରାଗଲା। ଏବେ ଅଦାନୀ ଗ୍ରୁପ୍ ଏହାର ମାଲିକାନା ପାଇଛି। କିନ୍ତୁ ସିମେଣ୍ଟ କାରଖାନା ମଧ୍ୟ ଏବେ କ୍ଷତି ସହୁଛି। ଷାଠିଏ ଦଶକରେ ସହର ଉପକଣ୍ଠସ୍ଥ ତୋରାଠାରେ ସ୍ପିନିଂ ମିଲ୍ ଓ ଏହା ନିକଟରେ ରାମନଗର ପାୱାର ଲୁମ୍ ସ୍ଥାପନ ହୋଇଥିଲା। ଏବେ ଏହି ଦୁଇ କାରଖାନା ନିଶ୍ଚିହ୍ନ। ବରଗଡ଼ ଶିଳ୍ପ ନଗରୀ ଭାବେ ପରିଚିତ ଥିବାବେଳେ ଭଟଲି ରୋଡଠାରେ ଏକ ସାର କାରଖାନା ମଧ୍ୟ ଆରମ୍ଭ ହୋଇଥିଲା। ସୁଲଭ ଏବଂ ଗୁଣାତ୍ମକ ମାନର ସାର ମିଳୁଥିବାରୁ ଚାଷୀ ଖୁସି ଥିଲେ। କିନ୍ତୁ ଏହି କାରଖାନା ବନ୍ଦ ହୋଇ ସାରିଛି। ସତୁରୀ ଦଶକରେ ନାଗେନପାଲି ନିକଟରେ ସଲଭେଣ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇ ଏଠାରୁ ଖାଇବା ତେଲ ଉତ୍ପାଦନ ହେଉଥିଲା। ଏବେ ଏକମାତ୍ର ବୃହତ୍ ଶିଳ୍ପ ଭାବେ ଇଥାନଲ୍ ପ୍ଲାଣ୍ଟ ମୁଣ୍ଡ ଟେକୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/3764f345-ea7b-4aef-bcbb-b96460c66c7f.jpeg)