ବାରିପଦା: ପ୍ରଥମ ଶ୍ରେଣୀ ପିଲାକୁ ଝୁଣି ଝୁଣି ମାରି ଦେଲେ କୁକୁର ପଲ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର  ଯଶୀପୁର ବ୍ଲକ ଅନ୍ତର୍ଗତ ବାଲିସୁତୁରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ରିଙ୍କୁ ମହାରାଣା ନାମକ ଜଣେ ପିଲାକୁ ପ୍ରାୟ ୧୦-୧୨ଟି ବୁଲା କୁକୁର କାମୁଡ଼ି ଝୁଣିବା ପରେ ପିଲାଟିର ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡାକ୍ତରଖାନାକୁ ପଠାଇଛି।

ପ୍ରଥମ ଶ୍ରେଣୀରେ ପାଠ ପଢୁଥିବା ରିଙ୍କୁୁ ତାଙ୍କ ଘର ପାଖ ସ୍କୁଲ୍‌କୁ ପଢ଼ିବା ପାଇଁ ଯାଉଥିବା ସମୟରେ ହଠାତ୍‌ କିଛି ବୁଲା କୁକୁର ତାଙ୍କ ଆଡ଼କୁ ଧାଇଁ ଆସିଥିଲେ। କୁକୁରଗୁଡ଼ିକ ତାଙ୍କ  ଉପରୁକୁ ଲମ୍ଫ ମାରିବାରୁ ସେ ଛାନିଆରେ ଦୌଡ଼ିବାକୁ ଲାଗିଥିଲା। ସେ ଦୌଡ଼ିବାରୁ କୁକୁରମାନେ ବି ତାଙ୍କ ପଛେ ପଛେ ଦୌଡ଼ିଥିଲେ। ଜାଣିବାକୁ ମିଳିଛି ଯେ ସେ ଅଧିକ ବାଟ ଦୌଡ଼ି ପଳାଇବାକୁ ସମର୍ଥ ହେବା ପୂର୍ବରୁ କୁକୁରମାନଙ୍କ ପାଖରୁ ନିଜକୁ ମୁକୁଳେଇ ପାରିନଥିଲା। ଏତେ ଗୁଡ଼ାଏ କୁକୁର ଏକା ସାଙ୍ଗରେ ଝୁଣି ପକାଇବା ପରେ ଘଟଣାସ୍ଥଳରେ ହିଁ ରିଙ୍କୁଙ୍କର  ମୃତ୍ୟୁ ଘଟିଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର