ଜୁଆ ଆଡ଼ାରେ ଚଢ଼ଉ, ୬ ଜୁଆଡି ଗିରଫ

ପଦ୍ମପୁର/ମେଲଛାମୁଣ୍ଡା : ପଦ୍ମପୁର ଉପଖଣ୍ତ ମେଲଛାମୁଣ୍ତା ଥାନା ସାରଙ୍ଗପୁର-ପଲସାପାଲି ରାସ୍ତାରେ ଘୁଡୁଘୁଡୁ ପଟ୍ଟି ଖେଳ ହେଉଥିବା ଖବର ପାଇ ପୁଲିସ ଶୁକ୍ରବାର ରାତିରେ ଚଢ଼ଉ କରିଛି। ଚଢ଼ଉ ବେଳେ ୬ ଜୁଆଡି ପୁଲିସ୍‌ ହାତରେ ଧରାପଡ଼ିଛନ୍ତି। ସେମାନେ ହେଲେ ସାରଂଗପୁରର ଅନନ୍ତ ପଟେଲ(୫୯), ଜଗନ୍ନାଥ ବରିହା(୩୮), ପଲସାପାଲିର ରୁଷିଚନ୍ଦ୍ର ଭୋଏ(୫୯), ଗାଇସିଲାଟ ଗୁଠୁର୍ଲାର କୈଳାସ ସାହୁ(୪୭), ଗ୍ରିଞ୍ଜେଲମାଲର ମଧୁସୂଦନ ସାହୁ ଓ ଓରଫ୍ ରଂଜନ(୩୮), ବୁଡେନ ଥାନା ବାନ୍ଦୁପାଲିର କ୍ଷିରୋଧର ସାହୁ(୪୦)। ମେଲଛାମୁଣ୍ଡା ପୁଲିସ୍‌ ସେମାନଙ୍କଠାରୁ ନଗଦ ୬୧୭୦ ଟଙ୍କା, ୩ଟି ମୋବାଇଲ ସହ ଜୁଆଖେଳ ସାମଗ୍ରୀ ଜବତ କରିଛି। ଥାନା କେସ୍ ନଂ୧୯୪/୨୦୨୦ରେ ପୁଲିସ୍‌ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର