ବିକାଶ ହସ୍ପିଟାଲରେ ସଫଳ ନି-ରିପ୍ଲେସ୍‌ମେଣ୍ଟ୍‌ ସର୍ଜରୀ

ବରଗଡ଼,: ଗତ ୮ ତାରିଖରେ ବିକାଶ ହସ୍ପିଟାଲରେ ନି-ରିପ୍ଲେସ୍‌ମେଣ୍ଟ୍‌ ସର୍ଜରୀ ସଫଳତା ପୂର୍ବକ ସମ୍ପନ୍ନ ହୋଇଛି। ସର୍ଜରୀର ଦୁଇଦିନ ପରେ ରୋଗୀ ଚାଲିବାରେ ସକ୍ଷମ ହୋଇପାରିଥିଲେ। ପ୍ରକାଶ ଥାଉକି, ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ୍‌ରେ ଏହା ପ˚ଚମ ସଫଳ ନି-ରିପ୍ଲେସ୍‌ମେଣ୍ଟ୍‌ ସର୍ଜରୀ। ଉକ୍ତ ଜଟିଳ ସର୍ଜରୀ ଅତି କମ୍‌ ଖର୍ଚ୍ଚରେ ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ୍‌ ଠାରେ ସମ୍ପାଦିତ ହୋଇଛି। ଉକ୍ତ ସଫଳତା ପରେ ସମସ୍ତ ପ୍ରକାର ନି ରିପ୍ଲେସ୍‌ମେଣ୍ଟ୍‌ ଏବ˚ ଜଟିଳ ଅସ୍ଥି ରୋଗ ଚିକିତ୍ସା କ୍ଷେତ୍ରରେ ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ୍‌ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଏକ ନୂତନ ସମ୍ଭାବନା ସୃଷ୍ଟି କରିଛି। ନି-ରିପ୍ଲେସ୍‌ମେଣ୍ଟ୍‌ ସର୍ଜନ୍‌ ତଥା ଅସ୍ଥିରୋଗ ବିଶେଷଜ୍ଞ ଡା.ଚନ୍ଦ୍ରକାନ୍ତ ନାୟକ, ଡା. ସୁଜିତ ଲାକ୍ରା, ନିଶ୍ଚେତକ ଡା. ମିଥିଲେଶ, ଡା. ଜଗନ୍ନାଥ ତ୍ରିପାଠୀ, ଡା. ତତ୍ବଦର୍ଶୀ ସାହୁ, ଡା. ରାମକୃଷ୍ଣ ଭୁଏ ଏହି ଅପରେସନ କରିଥିଲେ।

ସମ୍ବନ୍ଧିତ ଖବର