କେସିଙ୍ଗା: ଗୁରୁବାର ୨୬ନମ୍ବର ଜାତୀୟ ରାଜପଥ କୋକୋମୁଣ୍ଡା ଛକଠାରେ ଏକ ବାଇକ୍ ଓ ପିକ୍ଅପ୍ ଭ୍ୟାନ ମଧ୍ୟରେ ଧକ୍କା ହେବାରୁ ହରିଶ୍ଚନ୍ଦ୍ର ଗଉଡ଼ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଥିରେ ୨ ଜଣ ଆହତ ମଧ୍ୟ ହୋଇଥିବା ଜଣାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, କାଦୋପଡାର ହରିଶ୍ଚନ୍ଦ୍ର ଏବଂ ସାମନ୍ତ ମେହେର (ଓଡି ୦୮- ୨୮୭୭) ବାଇକ୍ ଯୋଗେ ଯାଉଥିବା ବେଳେ କୋକୋମୁଣ୍ଡା ଛକ ନିକଟରେ (ଓଡି ୦୮ ବି ୦୦୨୨) ପିକ୍ଅପ ଭ୍ୟାନ ସହ ସେମାନଙ୍କ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହରିଶ୍ଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ସାମନ୍ତ ଗୁରୁତର ହୋଇଥିଲେ। ଏହା ସହିତ ଭ୍ୟାନ୍ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ଉଭୟଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ହରିଶ୍ଚନ୍ଦ୍ରଙ୍କ ଶବ କେସିଙ୍ଗା ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ କେସିଙ୍ଗା ଥାନାରେ ଏକ ମାମଲା ରୁଜୁ କରାଯାଇଛି।
ବାଇକ୍-ଭ୍ୟାନ ଧକ୍କା: ଜଣେ ମୃତ,୨ ଆହତ
/sambad/media/post_attachments/wp-content/uploads/2018/06/brgh-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)