ବରଗଡ଼ : ବିଜେପିର ସାମ୍ବାଦିକ ସମ୍ମିଳନୀ ସରୁଣୁ କେଇ ମିନିଟ୍ ପରେ ଅନତି ଦୂରରେ ଥିବା ଅନ୍ନପୂର୍ଣ୍ଣା ପ୍ୟାଲେସ୍ଠାରେ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲା। ବିଜେପି କରିଥିବା ପ୍ରତିଟି ଅଭିଯୋଗକୁ ବିଜେଡି ବାଏଁ ବାଏଁ ଉଡ଼ାଇ ଦେଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଖାଲି ଧର୍ମ ପ୍ରବଚନ ଦେଉଛନ୍ତି। ଆମ ଉପରେ ଅଭିଯୋଗ କରିବା ପୂର୍ବରୁ ସେ ନିଜ କଥା ଚିନ୍ତା କରନ୍ତୁ। ରାଜ୍ୟ ତୁଳନାରେ କେନ୍ଦ୍ର ସରକାର ପାଖରେ ବିରାଟ ଶାସନ କଳ ରହିଛି। ଏହି କଳକୁ ଧର୍ମେନ୍ଦ୍ର ଆଣି ବିଜେପୁରରେ ବିନିଯୋଗ କରିଛନ୍ତି। ତିନି ଦିନ ତଳେ ଧର୍ମେନ୍ଦ୍ରଙ୍କ ନିର୍ଦ୍ଦେଶରେ ବିଜେଡି କର୍ମୀଙ୍କ ପେଟ୍ରୋଲ ପମ୍ପକୁ ଷଡ଼ଯନ୍ତ୍ର କରି ସିଲ୍ କରାଯିବା ଏହାର ନିଦର୍ଶନ। ଏହା ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ ବୋଲି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଅଭିଯୋଗ କରିଥିଲେ। ସେହିପରି ବିନା ପ୍ରାମାଣିକ ତଥ୍ୟରେ ସୁଶାନ୍ତ ସିଂଙ୍କୁ ଅପରାଧିକ କାର୍ଯ୍ୟକଳାପରେ ସାମିଲ ଥିବା ନେଇ ଧର୍ମେନ୍ଦ୍ର ଅଭିଯୋଗ କରିବା ପିଲାଳିଆମୀ। ଯଦି କିଛି ତଥ୍ୟ ଥାଏ, ତେବେ ସେ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରନ୍ତୁ। ‘ଡି ବ୍ରଦର୍ସ’ଙ୍କ ସହ ଲିଙ୍କ ଥିବା ଲୋକ ଏଭଳି ଅଭିଯୋଗ ଆଣିବା ହାସ୍ୟାସ୍ପଦ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ପରାଜୟ ଆସନ୍ନରେ ବିଜେପି ତୁଚ୍ଛା ଅଭିଯୋଗ କରୁଛି। ପୁଲିସ୍କୁ ବଦନାମ କରୁଛି। ବଦଳି ହୋଇଥିବା ପଦ୍ମପୁର ଏସ୍ଡିପିଓଙ୍କୁ ଧର୍ମେନ୍ଦ୍ର ଖୋଲାଖୋଲି ପୂର୍ବରୁ ଧମକ ଦେଇଛନ୍ତି। ସେ (ଧର୍ମେନ୍ଦ୍ର) ନିଜେ କେଉଁ ଆସନରୁ ନିର୍ବାଚନ ଲଢ଼ିବେ, ତାଙ୍କୁ ଜଣାନାହିଁ। ଅଥଚ ବିଜେପୁରରେ ଆଗକୁ କାହାକୁ ଟିକେଟ୍ ମିଳିବ ସେନେଇ ଭବିଷ୍ୟବାଣୀ କରିବା ଅବାସ୍ତବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ଅନ୍ୟପକ୍ଷରେ ସ୍ୱଚ୍ଛ ନିର୍ବାଚନ ପାଇଁ ପ୍ରଥମେ ଛତିଶଗଡ଼ି ବିଜେପି ନେତାଙ୍କ ଆଗମନ ଉପରେ ରୋକ୍ ଲଗାଯାଉ ବୋଲି ଦଳ ଦାବି କରିଛି। ଏହାବାଦ ତୃତୀୟ ମହଲା ଉପରେ ନଜର ରଖି ବିଜେପି ସଂଘୀୟ ବ୍ୟବସ୍ଥାର ଦୁରୁପଯୋଗ କରିଛି। ସେହିପରି ତୈଳ କମ୍ପାନୀଗୁଡ଼ିକର ସିଏସ୍ଆର୍ ପାଣ୍ଠିକୁ ବିଜେପୁରରେ ପାଣି ଭଳି ଖର୍ଚ୍ଚ କରାଯାଇଛି। ଏହାର ତଦନ୍ତ ଜରୁରୀ ବୋଲି ବିଜେଡି କହିଛି। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ନଗରପାଳ ପ୍ରଶାନ୍ତ ବେହେରା ଏବଂ ବରିଷ୍ଠ ନେତା ଅଚ୍ୟୁତାନନ୍ଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଧର୍ମେନ୍ଦ୍ରଙ୍କ ଡି-ବ୍ରଦର୍ସ ସହ ଲିଙ୍କ୍ କଥା ଉଠାଇଲା ବିଜେଡି
‘ତେଲ କଂପାନୀ ପଇସା ପାଣି ଭଳି ଖର୍ଚ କରାଯାଉଛି’
/sambad/media/post_attachments/wp-content/uploads/2018/02/SBPHO22-BRG-101.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)