ବିଜେପୁର: ବିଜେପୁରର ନବନିର୍ବାଚିତ ବିଧାୟକ ପଦରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେବା ପରେ ପୁଣି ନିର୍ବାଚନ ନେଇ ଅଂଚଳର ରାଜନୀତି ସରଗରମ ହୋଇଉଠିଛି। ପ୍ରତ୍ୟହ ବିଭିନ୍ନ ସ୍ଥାନରେ ଦଳର କର୍ମୀ ସମାବେଶ କରାଯାଇ ଆଗାମୀ ପ୍ରାର୍ଥୀ ସଂପର୍କରେ ଚର୍ଚ୍ଚା ହେଉଥିବା ବେଳେ ଦଳରେ ଆଶାୟୀଙ୍କ ତାଲିକା ବଢ଼ି ଚାଲିଥିବା ଅନୁମାନ କରାଯାଉଛି। ଏହି କ୍ରମରେ ରବିବାର ବିଜେପୁରରେ ଲୋକନାଥ ମେହେରଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଯୁବ ନେତା ଭୀଷ୍ମଦେବ ସରାଫ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦଳୀୟ ସଂଗଠନ ଓ ଆଗାମୀ ନିର୍ବାଚନ ରଣନୀତି ସଂପର୍କରେ ଆଲୋଚନା କରିଥିଲେ। ଆଲୋଚନାରେ ହରିନାରାୟଣ ଗିରି, ଲଲିତ ସାହୁ, ଅଶୋକ ମାହାଣା, ସନତ ସିଂ ଗଡ଼ତିଆ, ସୁଶାନ୍ତ ବାରିକ, ଜଗବନ୍ଧୁ ସାହୁ, ଗୋପୀନାଥ ସାହୁ, ଅନନ୍ତ ସୁନା, ଆନନ୍ଦ ଖମାରୀ, ଜିତେନ୍ଦ୍ର ବାଗ, ନରେଶ ସାହୁ, ଅଖିଲାଲ ବଗର୍ତ୍ତୀ, ରଂଜିତ ଭୁଏ, ସଂଜୀବ ପଟେଲ, ଦିବ୍ୟ ବାଗ, ପଙ୍କଜ ସାଥୁଆଙ୍କ ସମେତ ବହୁ କର୍ମୀ ଭାଗ ନେଇଥିଲେ। ଦଳୀୟ କାର୍ଯ୍ୟରେ ସକ୍ରିୟ ଥିବାରୁ ଭୀଷ୍ମଦେବ ସରାଫଙ୍କୁ ଆଗାମୀ ନିର୍ବାଚନରେ ପ୍ରାର୍ଥୀ କରାଯାଉ ବୋଲି ସଭାରେ ଦାବି କରାଯାଇଥିଲା। ସୁଦାମ ଲୁହା ଧନ୍ୟବାଦ ଦେଇଥିଲେ।
ବିଜେପୁରରେ ବିଜେଡିର କର୍ମୀ ସମାବେଶ, ପ୍ରାର୍ଥୀ ନେଇ ଚର୍ଚ୍ଚା
/sambad/media/post_attachments/wp-content/uploads/2019/06/blgr10-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)