ବଲେରୋକୁ ପିଟିଲା ଟ୍ରକ୍‌, ୨ ଆହତ

ଅତାବିରା: ଜାତୀୟ ରାଜପଥ ନମ୍ବର- ୫୩ ଅତାବିରା ତହସିଲ ଅଫିସ ଛକରେ ଗୋଟିଏ ବଲେରୋ (ଓଆର୍ ୦୩ ଜି ୩୮୨୧)କୁ ପଛ ପଟୁ ଏକ ଟ୍ରକ୍ (ଜି‌ଜେ୧୫ ୱାଇ ୱାଇ ୭୪୮୮) ଧକ୍କା ଦେବା ଫଳରେ ୨ଜଣ ଆହତ ହୋଇଛନ୍ତି। ବଲେରୋ ପଛ ପଟେ ବସିଥିବା ବାସ୍ତର ପୋଡ଼(୪୭) ଓ ସଂଖ୍ୟା ହାତୀ(୫୦) ଆହତ ହୋଇ ଅତାବିରା ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ଦିନ ୧୨ଟା ବେଳେ ରାଜ ଆଗଲପୁରରୁ ସମ୍ବଲପୁରକୁ ଏକ ନିର୍ବନ୍ଧ କାମରେ ବଲେରୋ‌ ଯାଉଥିଲା। ତହସିଲ ଅଫିସ ଛକ ହମ୍ପସରେ ବଲେରୋଟି ତୁରନ୍ତ ଗତି କମ୍ କରିବାରୁ ପଛ ପଟରେ ଆସୁଥିବା ଟ୍ରକ୍ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଟ୍ରକ୍ ଡ୍ରାଇଭରକୁ ନିସ୍ତୁକ ମାଡ଼ ଦେଇଥିଲେ।

ସମ୍ବନ୍ଧିତ ଖବର