ବରଗଡ଼/ଅତାବିରା: ଦୀର୍ଘ ୪ ମାସ ପରେ ପୁଣି ଥରେ ପାର୍ସଲ ବୋମା ବିସ୍ଫୋରଣ ଘଟିଛି। ଗତଥର ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ରେ ପାର୍ସଲ ବୋମା ଫୁଟିଥିବା ବେଳେ ଏଥର ବରଗଡ଼ ଜିଲ୍ଲାର ଅତାବିରା ଥାନା ଅନ୍ତର୍ଗତ ଭାଲୁପତରା ଗାଁରେ ପାର୍ସଲ ବୋମା ଫୁଟିବାରୁ ଜଣେ ଚାଷୀ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଚାଷୀ ଓ ବ୍ୟବସାୟୀ ସି.ଏଚ୍. ନାଗଭୂଷଣ(୪୫) ଗୁରୁତର ହେବା ପରେ ତାଙ୍କୁ ବୁର୍ଲା ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ପାଇ ବରଗଡ଼ ଏସ୍ପି ମୁକେଶ ଭାମୁ, ଏସ୍ଡିପିଓ ସୁରେଶ ଚନ୍ଦ୍ର ନାୟକ ଓ ପୁଲିସ ଟିମ୍ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ପୁଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବିସ୍ଫୋରଣ କରାଯାଇଥିବା ଅନୁମାନ କରାଯାଉଛି।
/sambad/media/post_attachments/wp-content/uploads/2018/07/07126210-add0-4402-8a66-a8127e21f60d-225x300.jpg)
ଆଜି ଅପରାହ୍ନରେ ୩ଟା ୩୦ରେ ଏହି ପାର୍ସଲ ଟିଫିନ ବୋମା ବିସ୍ଫୋରଣ ଘଟିଥିଲା ବୋଲି ପୁଲିସ କହିଛି। ଘର ପାଚେରୀ ସମ୍ମୁଖରେ ଅନ୍ୟ ଜିନିଷ ସହିତ ବୋମା ରଖା ଯାଇଥିଲା। ହାଇସ୍କୁଲରେ ପଢୁଥିବା ନବମ ଶ୍ରେଣୀର ଝିଅ ସି.ଏଚ୍ ସିରସା(୧୪) ଘର ବାହା ପାଚୋରୀ ନିକଟରେ ରଖାଯାଇଥିବା ଜିନିଷ ସଂପର୍କରେ ବାପାଙ୍କୁ କହିଥିଲା। ପରେ ସି.ଏଚ୍ ନାଗଭୂଷଣ ବିଲକୁ ଯିବା ପୂର୍ବରୁ ପେଟିରେ କ’ଣ ଅଛି ବୋଲି ଦେଖିବା ବେଳକୁ ଅଚାନକ ବିସ୍ଫୋରଣ ଘଟିଥିଲା। ସି.ଏଚ୍. ନାଗଭୂଷଣ ଚାଷ ସହିତ ସାର ଓ କୀଟନାଶକ ଔଷଧ ବ୍ୟବସାୟ କରନ୍ତି। ପାର୍ସଲ ବୋମା ଫୁଟିବା ଦ୍ୱାରା ତାଙ୍କର ବାମ ଆଖି କ୍ଷତବିକ୍ଷତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/ac3f06e2-43bd-4506-9c97-04171436a15f.jpg)