ବରପାଲି: ବସ୍‌ ସହ ମୁହାଁମୁହିଁ ଧକ୍କା ହେଲା ଟ୍ରକ୍‌, ୩ ଗୁରୁତର

ବରପାଲି: ବରପାଲି ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥ ମେହେର କବିପଡା ନିକଟରେ ଭୋର ୫ଟା ସମୟରେ ନବରଙ୍ଗପୁରଠାରୁ ଝାରସୁଗୁଡା ଅଭିମୁଖେ ଆସୁଥିବା ଓଡ଼ି୧୭ଏଲ ୩୦୮୨ ସରକାରୀ ବସ ସହିତ ବରପାଲି ପଟରୁ ଯାଉଥିବା ସିମେଣ୍ଟ ବୋଝେଇ  ଓଆର ୧୭ଇ ୨୧୩୩ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଧକ୍କା ଫଳରେ ବସ ଚାଲକ ସୁଶାନ୍ତ କୁମାର ସାହୁ(୩୪) ଓ ତାଙ୍କ ସହଯୋଗୀ ଡ୍ରାଇଭର ଉମାକାନ୍ତ ମେଲି(୩୭) ଗୁରୁତର ଆହତ ହୋଇଥିବା ବେଳେ ସୁଶାନ୍ତଙ୍କର ଦୁଇ ଗୋଡ଼ ଭାଙ୍ଗିଯାଇଛି । ସେହିପରି ଟ୍ରକ ଡ୍ରାଇଭର କୁସଲ ମଲ୍ଲିକ (୩୫) ଙ୍କ ଗୋଡ଼ ଭାଙ୍ଗିବା ସହ ସେ କ୍ଷତାକ୍ତ ହୋଇଛନ୍ତି। ଏମାନେ ଗୁରୁତର ଥିବାରୁ ବରପାଲି ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇ ପରେ ବୁର୍ଲ୍ଲ। ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ପ୍ରକାଶଯୋଗ୍ୟ ଯେ ଟ୍ରକରେ ସିମେଣ୍ଟ ଲୋଡ଼ ହୋଇ ବରଗଡ଼ଠାରୁ ବାହାରି ଫଟାମୁଣ୍ଡାକୁ ଯାଉଥିଲା । ଡ୍ରାଇଭର କୁସଲଙ୍କ ଆଖି ଲାଗିଯିବାରୁ ସେ ବସ୍‌ ଆଡ଼େ ମାଡ଼ି ମାଡ଼ି ଯାଇଥିଲେ। ବସ ଡ୍ରାଇଭର ସୁଶାନ୍ତ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଚେଷ୍ଟା କରିଥିଲେ ଏବଂ ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଯାଇଥିଲେ । ଯାହା ଦ୍ଵାରା ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯାଇ ବସ ଉପରେ ପଡିଥିଲା ଏବଂ ବିଦ୍ୟୁତ୍‌ ସରାବରାହ ବନ୍ଦ ହୋଇଯାଇଥିଲା ।  ବସରେ ଥିବା ଯାତ୍ରୀମାନେ ବର୍ତ୍ତି ଯାଇଛନ୍ତି। କିଛି ଲୋକ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି । ଏନେଇ ନିକଟରେ ଥିବା ଲୋକେ ଟ୍ରକ ଡ୍ରାଇଭର କୁସଲଙ୍କୁ ବହୁ କଷ୍ଟରେ ବାହାରକୁ କାଢ଼ିଥିଲେ । ଖବରପାଇ ବରପାଲି ଏନଏସି ଅଧ୍ୟକ୍ଷ ଦିନେଶ ଗହୀରଙ୍କ ସହ ବହୁ ଜନସାଧରଣ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ସହଯୋଗ କରିଥିଲେ ।

ସମ୍ବନ୍ଧିତ ଖବର