ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ: ଜଣଙ୍କର ମୃତ୍ୟୁ, ୮ ଗୁରୁତର

ବରଗଡ଼: ଜଗନ୍ନାଥ ଦର୍ଶନ କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ସମ୍ମୁଖୀନ ହୋଇଛନ୍ତି ମହାରାଷ୍ଟ୍ରର ତୀର୍ଥଯାତ୍ରୀ। ବରଗଡ଼ ଜିଲ୍ଲା ସୋହେଲା  କଲେଜ ନିକଟରେ ପର୍ଯ୍ୟଟକ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକ ଜଣକ ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାର ଅତର ଦେବ ବୋଲି ଜଣାପଡ଼ିଛି। ଆହତ ୧୫ ଜଣଙ୍କୁ ବୁର୍ଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ରାତି ଗୋଟାଏ ବେଳେ ରାସ୍ତାକଡ଼ରେ ତୀର୍ଥଯାତ୍ରୀ ବସ୍ ଅଟକିଥିଲା । କିଛି ଯାତ୍ରୀ ବସରୁ ଓହ୍ଲାଇଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ବସକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜଣଙ୍କର ମୁତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା ବେଳେ ୮ଜଣ ଗୁରୁତର ଓ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ବସରେ ମୋଟ ୪୫ ଜଣ ଯାତ୍ରୀ ଥିଲେ।

ସମ୍ବନ୍ଧିତ ଖବର