‘କ୍ୟାନସର୍‌ ହସ୍ପିଟାଲ, ଚାଷୀଙ୍କୁ ଗୁରୁତ୍ବ’

ବରଗଡ଼: ‌ଗୁରୁବାର ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରଦୀପ ଦେବତା ନିଜ ପ୍ରଚାର ଅଭିଯାନକୁ ଲଖନପୁର ବ୍ଲକ ଏବଂ ବନ୍ଧବାହାଲକୁ ସଂପ୍ରସାରିତ କରିଛନ୍ତି। ପ୍ରଥମେ ଶ୍ରୀ ଦେବତା ସମର୍ଥକଙ୍କ ଗହଣରେ ଘରଘର ବୁଲି ପ୍ରଚାର କରିଥିଲେ। ଏହାପରେ ବାଇକ୍‌ ରାଲିରେ ଗାଁଗାଁ ବୁଲିଥିଲେ। ସଂଧ୍ୟାରେ ବ୍ରଜରାଜନଗରରେ ବାଇକ୍‌ ରାଲି ଏବଂ ବେଲପାହାଡ଼ରେ କର୍ମୀ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଶ୍ରୀ ଦେବତା ନିଜ ଭାଷଣରେ କ୍ୟାନସର ପ୍ରବଣ ବରଗଡ଼ ଜିଲ୍ଲାରେ ହସ୍ପିଟାଲ ସ୍ଥାପନକୁ ଗୁରୁତ୍ବ ଦେଉଛନ୍ତି। ଏହାବାଦ ଛତିଶଗଡ଼ ଭଳି ଓଡ଼ିଶାରେ ମଧ୍ୟ କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ଭୋଟର୍‌ଙ୍କୁ କହୁଥିବା ଦେଖାଦେଇଛି। ପଡ଼ୋଶୀ ରାଜ୍ୟ ଭଳି ଧାନର ସର୍ବନିମ୍ନ ମୂଲ୍ୟ ୨୬ଶହ ଟଙ୍କାକୁ ବୃଦ୍ଧି, ଚାଷୀ ଓ ଚାଷୀର ବିକାଶ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ଦୃଢ଼ ପ୍ରତିଶ୍ରୁତି ‌ତାଙ୍କ ଭାଷଣର ମୁଖ୍ୟାଂଶରେ ସ୍ଥାନ ପାଉଥିବା ପରିଲକ୍ଷିତ ହେଉଛି। ପ୍ରଚାର ଅଭିଯାନ ବେଳେ ଶ୍ରୀ ଦେବତାଙ୍କୁ ବିହାରୀ ନାୟକ, ପ୍ରଦୀପ ସାହୁ, ଭାସ୍କର ପ୍ରଧାନ, ଭୀମ, ସୁବ୍ରତ ପ୍ରଧାନ, ଲିଂଗରାଜ ବଢ଼େଇଙ୍କ ସମେତ ବହୁ କଂଗ୍ରେସ କର୍ମୀ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର