ଗଞ୍ଜେଇ ସହ କାର୍‌ ଓ ୨ ବାଇକ୍‌ ଜବତ, ୨ ଅଟକ

ପଦ୍ମପୁର: ପଦ୍ମପୁର ଥାନା ପୁଲିସ୍‌ ଗୁରୁବାର ବିଳମ୍ବିତ ରାତିରେ ପଦ୍ମପୁର-ଗାଇସିଲେଟ୍‌ ରାସ୍ତାର ଜମଲା ନିକଟରୁ ୩ ବସ୍ତା ଗଞ୍ଜେଇ ସହ ଏକ କାର୍‌ ୨ଟି ବାଇକ୍ ଜବତ କରିଥିବା ବେଳେ ୨ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ପୁଲିସ୍‌ର ସୂଚନାନୁସାରେ ଗତକାଲି ବିଳମ୍ବିତ ରାତିରେ ଏକ କାର୍‌ (ଓଡି ୦୩ଡି-୨୧୯୧) ଗାଇସିଲେଟ ପଟୁ ଆସି ଜମଲା ନିକଟରେ ଅଟକିଥିଲା। ଏହି ସମୟରେ ଦୁଇଟି ବାଇକ୍‌ରେ ୪ ଜଣ ସେଠାରେ ପହଞ୍ଚିବା ପରେ ସେଠାରେ କିଛି ମୂଲଚାଲ ଚାଲିଥିବା ପୁଲିସ୍‌କୁ ଖବର ମିଳିଥିଲା। ଫଳରେ ଥାନାଧିକାରୀ ସଦାନନ୍ଦ ପୂଜାରୀଙ୍କ ନିର୍ଦେଶକ୍ରମେ ଏକ ପୁଲିସ୍‌ ଟିମ୍‌ ସେଠାରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଉକ୍ତ କାର୍‌ରୁ ୩ ବସ୍ତା ଗଞ୍ଜେଇ ମିଳିଥିଲା। ଫଳରେ ପୁଲିସ୍‌ ଗଞ୍ଜେଇ ସମେତ କାର୍‌ ଓ ଦୁଇଟି ବାଇକ୍‌କୁ ଜବତ କରିବା ସହ ଏଥିରେ ସଂପୃକ୍ତ ନାରାୟଣପ୍ରସାଦର ସୁରେଶ ସେଠ ଓ କୁଟୁରାପାଲିର ପ୍ରେମାନନ୍ଦକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଘଟଣାର ତଦନ୍ତ ଚାଲିଥିବା ପୁଲିସ୍ କହିଛି। ଏସ୍‌ଆଇ ଟଙ୍କଧର ନାଏକ, ଏସ୍‌ଆଇ ମନଜିତ ଶତପଥୀ,

ସମ୍ବନ୍ଧିତ ଖବର